ପ୍ରିୟଙ୍କାଙ୍କ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅମ୍ବାନୀ ପରିବାର

Published By : Prameya-News7 Bureau | December 02, 2018 IST

ଯୋଧପୁର ୨/୧୨ : ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ବିବାହରେ ଯୋଗଦେବା ପାଇଁ ପୁରା ଅମ୍ବାନୀ ପରିବାର ଯୋଧପୁର ପହଂଚିଥିଲେ | ପ୍ରିୟଙ୍କାଙ୍କ ସଂଗୀତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅମ୍ବାନୀ ପରିବାର ଯାଇଥିଲେ ଯୋଧପୁର | ସେଠାରେ ସଂଗୀତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଅଢେଇ ଘଣ୍ଟା ପରେ ପୁଣି ଯୋଧପୁରରୁ ମୁମ୍ବାଇ ଫେରିଯାଇଥିଲେ | ମୁକେଶ ଅମ୍ବାନୀ, ପତ୍ନୀ ନିତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ପୁଅ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ପ୍ରେମିକା ରାଧିକା ଯୋଧପୁର ଯାଇଥିଲେ | ଆସନ୍ତା ୧୨ ତାରିଖରେ ଇଶା ଅମ୍ବାନୀଙ୍କ ମଧ୍ୟ ବିବାହ ହେବାର ଅଛି | ତଥାପି ସେ ପ୍ରିୟଙ୍କାଙ୍କ ବାହାଘର ପୂର୍ବରୁ ଯୋଧପୁରରେ ପହଂଚିଥିଲେ | ବିବାହ ପାଇଁ ପ୍ରିୟଙ୍କାଙ୍କ ଘନିଷ୍ଠ ବନ୍ଧୁ ତଥା ସଲମାନଙ୍କ ଭଉଣୀ ଅର୍ପିତା ଯୋଧପୁରରେ ପହଂଚି ସାରିଛନ୍ତି | ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ନିକଙ୍କ ବିବାହ ଉତ୍ସବ ୪ଦିନ ଯାଏଁ ଚାଲିବ | ଆଜି ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ | ପ୍ରିୟଙ୍କା ନିକଙ୍କ ବିବାହରେ ଯୋଗ ଦେଇଥିବା ଅତିଥିଙ୍କୁ ନିଜ ନିଜ ଲଗେଜରେ ବାନ୍ଧିବା ପାଇଁ ଏକ ସ୍ୱତନ୍ତ୍ର ଟ୍ୟାଗ ଦିଆଯାଇଛି | ଏହି ଟ୍ୟାଗରେ ଉଭୟଙ୍କ ନାଁର ପ୍ରଥମ ଅକ୍ଷର, ଏନପି ଲେଖାହୋଇଛି | ଏହାଛଡା ଅତିଥିଙ୍କୁ କି- କାର୍ଡ ମଧ୍ୟ ଦିଆଯାଇଛି | ଏହି କି-କାର୍ଡରେ ମଧ୍ୟ ଏନପି ଲେଖାହୋଇଛି | ବିବାହରେ ଯୋଗ ଦେଇଥିବା ଅତିଥିଙ୍କୁ ପ୍ରିୟଙ୍କା ନିକ ସ୍ପେସିଆଲ ଉପହାର ମଧ୍ୟ ପ୍ରଦାନ କରିଛନ୍ତି | ତେବେ ଏହି ଅତିଥିଙ୍କୁ ବିବାହ ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବାକୁ କୁହାଯାଇଛି | ବିବାହ ପାଇଁ ସମ୍ପୂର୍ଣ ପେଲେସକୁ ଲାଇଟ, ଫୁଲ ଏବଂ ଝୁମରରେ ସଜାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.