Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବିଦେଶରେ ବଢ଼ିଚାଲିଛି ଅମ୍ବାନୀ ସାମ୍ରାଜ୍ୟ: ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟି ଟଙ୍କାରେ କିଣିଲେ ମୁକେଶ, ​‌ସେଠାରେ ଶୁଟିଂ ହୋଇଥିଲା ‘ଜେମ୍ସ ବଣ୍ଡ’ ସିରିଜ୍‌​‌

23/04/2021 at 6:01 PM

ନୂଆଦିଲ୍ଲୀ ୨୩/୪: ବିଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ଏସିଆର ଧନୀ ମୁକେଶ ଅମ୍ବାନୀ।  ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ ବ୍ରଟେନ୍ କମ୍ପାନୀ କିଣିଛନ୍ତି। ଏହି କମ୍ପାନୀ ପାଖରେ ଥିବା ହୋଟେଲ ଏବଂ ଗୋଲ୍ଫକୋର୍ସରେ ‘ଜେମ୍ସ ବଣ୍ଡ’ ସିରିଜ୍‌ର ଦୁଇଟି ଫିଲ୍ମ ଶୁଟ୍‌ ହୋଇଥିଲା। ତେବେ ଏନେଇ ଆସନ୍ତୁ ବିସ୍ତୃତରେ ଜାଣିବା।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୫୯୩.୦୫ କୋଟି ଟଙ୍କା  ଅର୍ଥାତ ୭.୯ କୋଟି ଡଲାରରେ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ କିଣିଛି। ଷ୍ଟୋକ୍‌ ପାର୍କ ବ୍ରିଟେନ୍‌ର ଏକ କମ୍ପାନୀ ହୋଇଥିବା ବେଳେ ଏହା ପାଖରେ ଗୋଟିଏ ହୋଟେଲ ଏବଂ ଗୋଲ୍ଫକୋର୍ସ ରହିଛି। ଏହି ହୋଟେଲ୍‌ ରିଲାଏନ୍ସର କଞ୍ଜ୍ୟୁମର ଏବଂ ହସ୍ପିଟାଲିଟି ଆସେଟ୍‌ର ଅଂଶବିଶେଷ ହେବ ବୋଲି ଜଣାପଡ଼ିଛି। ଷ୍ଟୋକ୍‌ ପାର୍କ ବ୍ରିଟେନ୍‌ରେ ଅନ୍ତର୍ଜାତୀୟ ଗ୍ରୁପ୍‌ର ପ୍ରଥମ କଣ୍ଟ୍ରି କ୍ଲବ।

ଏହା ସହିତ ହଲିଉଡ୍‌ ଇଣ୍ଡଷ୍ଟ୍ରିର ଖାସ୍‌ ସମ୍ପର୍କ ରହିଛି । ଷ୍ଟୋକ୍‌ ପାର୍କରେ ‘ଜେମ୍ସ ବଣ୍ଡ’ ସିରିଜ୍‌ର ଦୁଇଟି ଫିଲ୍ମର ଶୁଟିଂ ହୋଇଛି । ୧୯୬୪ ମସିହାର ‘ଗୋଲ୍ଡଫିଙ୍ଗର’ ଏବଂ ୧୯୯୭ର ‘ଟୁମରୋ ନେଭର ଡାଏଜ୍‌’ ଶୁଟିଂ ହୋଇଥିଲା । ଏହା ବ୍ୟତୀତ ୨୦୦୧ରେ ବ୍ରିଜେଟ୍‌ ଜୋନ୍ସ ଡାଏରୀ ଫିଲ୍ମର କିଛି ସିନ୍‌ ମଧ୍ୟ ଶୁଟ୍‌ ହୋଇଥିଲା।

ବିଦେଶରେ ବଢ଼ିଚାଲିଛି ମୁକେଶ ଅମ୍ବାନୀଙ୍କ ସାମ୍ରାଜ୍ୟ। ଏହା ପୂର୍ବରୁ ସେ ବ୍ରିଟେନର ଅନ୍ୟ ଏକ କମ୍ପାନୀ ‘ହେମଲୀଜ୍‌’କୁ ୨୦୧୯ରେ କିଣିସାରିଛନ୍ତି। ହେମଲୀଜ୍‌ ବିଶ୍ବର ପ୍ରମୁଖ ଟୟ ଷ୍ଟୋର ଭାବେ ଜଣାଯାଏ। ତେବେ ଏସିଆର ସବୁଠୁ ଧନ୍ୟ ବ୍ୟକ୍ତି ମୁକେଶ ଅମ୍ବାନୀ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଦେଖିବାକୁ ମିଳିଛି ।

   Related Posts