ଆମାଜନରେ ଆରମ୍ଭ ହେଲା 'ୱାଓ ସାଲାରୀ ଡେଜ୍' : ଅଧା ଦାମ୍‌ରେ ମିଳିବ ଟିଭି, ଫ୍ରିଜ୍‌, ୱାସିଂ ମେସିନ୍‌ ସମେତ ଅନେକ ସାମଗ୍ରୀ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧/୦୯ : ଆମାଜନରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୱାଓ ସାଲାରୀ ଡେଜ (‘Wow Salary Days’ ) | ଫ୍ରିଜ, ଟିଭି, ୱାସିଂ ମେସିନ ଭଳି ଅନେକ ଜିନିଷ ରିହାତି ଦରରେ ମିଳୁଛି | ଆମାଜନ ନିଜ ପ୍ଲାଟଫର୍ମରେ ୱାଓ ସାଲାରୀ ଡେଜ ଘୋଷଣା କରିଛି | ସେପ୍ଟେମ୍ବର ୧ ତାରିଖରୁ ସେଲ ଆରମ୍ଭ ହେଉଛି | ଏହା ସେପ୍ଟେମ୍ବର ୩ ତାରିଖ ଯାଏଁ ଚାଲିବ | ଟିଭି, ଫ୍ରିଜ, ୱାସିଂ ମେସିନ ଭଳି ଅନେକ ଜିନିଷରେ ରିହାତି ଦିଆଯାଉଛି | ସେଲ ସମୟରେ ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି | 

{"id":323523,"width":574,"height":388,"sizeSlug":"large"}

ଟିଭି, ଫ୍ରିଜ, ୱାସିଂ ମେସିନରେ ଗ୍ରାହକଙ୍କୁ ୫୦ ପ୍ରତିଶତ ଯାଏଁ ରିହାତି ମିଳିବ | ଏଲଜି, ସେମସଙ୍ଗ, ୱର୍ଲପୁଲ୍ ଭଳି ବ୍ରାଣ୍ଡର ଫ୍ରିଜରେ ୩୫ ପ୍ରତିଶତ ରିହାତି ଦିଆଯାଇଛି | ଟିଭିରେ ମଧ୍ୟ ୩୫ ପ୍ରତିଶତ ଯାଏଁ ରିହାତି ଦିଆଯାଇଛି | ଏସିରେ ୪୦ ପ୍ରତିଶତ ଯାଏଁ ରିହାତି ଦିଆଯାଇଛି | Voltas, Daikin, LG, Godrej, Sanyo ଭଳି ବ୍ରାଣ୍ଡ ମଧ୍ୟ ଅଫର ଦେଉଛନ୍ତି | ଗ୍ରାହକ ଏହି ବ୍ରାଣ୍ଡ ଏସିରେ ୪୦ ପ୍ରତିଶତ ଯାଏଁ ରିହାତି ପାଇପାରିବେ |     

ରୋଷେଇ ଉପକରଣ ଉପରେ ୫୦ ପ୍ରତିଶତ ଯାଏଁ ରିହାତି ଦିଆଯିବ | ୱାଟର ପ୍ୟୁରିଫାୟାର, ଗିଜର, ମିକ୍ସର ଗ୍ରାଇଣ୍ଡର ଭଳି ଉପକରଣରେ ଅଫର ପାଇପାରିବେ | ୱାଟର ପ୍ୟୁରିଫାୟାରର ପ୍ରାରମ୍ଭିକ ମୂଲ୍ୟ ୮ ହଜାର ୯୯୯ ଟଙ୍କା ରହିଛି | ଗିଜରରେ ୪୦ ପ୍ରତିଶତ ରିହାତି ମିଳୁଛି | ଏହାସହ ପ୍ରିମିୟମ ହେଡ଼ଫୋନ ଏବଂ Bose, ସୋନି ଭଳି ସ୍ଟିକର୍ସରେ ୯ ମାସ ନୋ କଷ୍ଟ ଇଏମଆଇ ବିକଳ୍ପ ରହିଛି |

{"id":323527,"sizeSlug":"large"}

ୱାଓ ସାଲାରୀ ଡେଜ ସେଲରେ କମ୍ପ୍ୟୁଟର ସହ ଜଡିତ ଡିଭାଇସ ଓ ଏକ୍ସସେରିଜ ଉପରେ ୫୦ ପ୍ରତିଶତ ରିହାତି ମିଳୁଛି | ଲାପଟପରେ ୪୦ ପ୍ରତିଶତ ଯାଏଁ ରିହାତି ଦିଆଯାଇଛି |

ସେଲରେ କିଣାକିଣି ପାଇଁ ଯଦି ଗ୍ରାହକ ବ୍ୟାଙ୍କ ଅଫ ବରୋଦା କ୍ରେଡିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ଇଏମଆଇ ବିକଳ୍ପ ନେବାକୁ ଚାହୁଁଛନ୍ତି ତାହେଲେ ସର୍ବନିମ୍ନ ୭ ହଜାର ୫୦୦ ଟଙ୍କା ଟ୍ରାଞ୍ଜାକ୍ସନରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ମିଳିବ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.