ଆମାଜନର କରୋନା କାଉଣ୍ଟର୍ ଆକ୍ସନ : ଚାକିରୀ ନେବନି, ଦେବ ୧ ଲକ୍ଷ ନୂଆ ନିଯୁକ୍ତି

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩:   ସାରା ବିଶ୍ୱରେ କରୋନା ଭାଇରସ ମହାମାରୀର ରୂପ ନେଇଛି। ଏହି ଭାଇରସ ପାଇଁ ୭ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାୟ ୨ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଅନେକ ଦେଶରେ ଲକ୍ ଡାଉନ୍ ସ୍ଥିତି ଉପୁଜିଛି। ଏପରିକି କିଛି ସ୍ଥାନରେ ସରକାର ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ଜିନିଷ କ୍ରୟ ପାଇଁ ଲୋକମାନେ ଅନଲାଇନ୍ ଅର୍ଡରର ସାହାଯ୍ୟ ନେଉଛନ୍ତି।

{"id":239612,"width":745,"height":495,"sizeSlug":"large"}

ଏହି ସ୍ଥିତିକୁ ଦେଖି ଇ-କମର୍ସ କମ୍ପାନୀ ଆମାଜନ ୧ ଲକ୍ଷ ଲୋକଙ୍କୁ ଚାକିରୀ ଦେବ ବୋଲି କହିଛି। ଆମେରିକା ଓ ଏହାର ଆଖାପାଖରେ ଅନେକ ପେଣ୍ଡିଂ ଅର୍ଡର ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ନଜରରେ ରଖି ୧ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ଡେଲିଭରୀ ବୟ୍ ବାବେ କାମ କରିବେ ବୋଲି କମ୍ପାନୀ କହିଛି।

{"id":239613,"width":745,"height":419,"sizeSlug":"large"}

କମ୍ପାନୀ କହିଛି ଯେ, ଲୋକମାନେ ଘରୁ ବାହାରିବାକୁ ଚାହୁଁନାହାଁନ୍ତି। ସେମାନେ ଇ-କମର୍ସ କମ୍ପାନୀର ସାହାରା ନେଉଛନ୍ତି। ଆଶାଠାରୁ ଅଧିକ ଅର୍ଡର କରୁଛନ୍ତି। କିନ୍ତୁ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ନୂଆ କର୍ମଚାରୀଙ୍କୁ ଘଣ୍ଟାକୁ ୨ରୁ ୧୫ ଡଲାର ଅର୍ଥ ପ୍ରଦାନ କରାଯିବ। କେବଳ ଆମାଜନ ନୂହେଁ ଅନ୍ୟ ଇ-କମର୍ସ କମ୍ପାନୀମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.