Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲକ୍ଷେ ଲୋକଙ୍କୁ ଚାକିରି ଦେବ ଆମାଜନ, ଘଣ୍ଟା ପ୍ରତି ମିଳିବ ୧୧୦୦ ଟଙ୍କା

15/09/2020 at 10:42 AM

ନ୍ୟୁୟର୍କ ୧୫/୦୯: କରୋନା କାଳରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର! ଇ-କମର୍ସ କମ୍ପାନି ଆମାଜନ୍ ଲକ୍ଷେ ଲୋକଙ୍କୁ ନିଯୁକ୍ତି ଦେବା ଘୋଷଣା କରିଛି। ତେବେ ଏ ନୂଆ ନିଯୁକ୍ତି ଉଭୟ ଅସ୍ଥାୟୀ ଓ ସ୍ଥାୟୀ ଉଭୟ ପଦରେ କରାଯିବ। ଏ ନିଯୁକ୍ତି ଛୁଟିଦିନରେ କରାଯାଉଥିବା ଭର୍ତି ଭଳି ହେବ ନାହିଁ। ଆମାଜନ ଓ୍ବେୟାର ହାଉସର ଦେଖାଶୁଣା କରୁଥିବା ଏଲିସିୟା ବୋଲର ଡେଭିସ୍ କହିଛନ୍ତି କମ୍ପାନି କିଛି ସହରରେ ହଜାରେ ଡଲାରର ସାଇନ-ଅନ୍ ବୋନସ୍ ଉପସ୍ଥାପିତ କରୁଛି, ଯେଉଁଠି ଡେଟ୍ରାୟଟ୍, ନ୍ୟୁୟର୍କ, ଫିଲାଡେଲଫିଆ ଓ ଲୁଇସଭିଲେରେ ଶ୍ରମିକଙ୍କୁ ଖୋଜିବାରେ କଷ୍ଟକର ହୋଇପାରେ। ଆମାଜନ ପ୍ରାରମ୍ଭିକ ଦରମା ଘଣ୍ଟା ପ୍ରତି ରହିବ ୧୫ ଡଲାର ଅର୍ଥାତ୍ ୧୧୦୨.୬୩ ଟଙ୍କା।

ସିଏଟଲ ଅନଲାଇନ୍ କମ୍ପାନିର କାରାବର ଦ୍ରୁତ ଭାବେ ବଢ଼ୁଛି। ଏପ୍ରିଲ ଓ ଜୁନ ମଧ୍ୟରେ କମ୍ପାନି ରେକର୍ଡ ସଂଖ୍ୟକ ଲାଭ ଓ ଆୟ କରିଥିଲା। କରୋନା ଭାଇରସ ମହାମାରୀ କାଳରେ ଲୋକମାନେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଅନଲାଇନରେ କିଣିବାକୁ ପସନ୍ଦ କରୁଛନ୍ତି।

ଅର୍ଡର ପୂରା କରିବା ପାଇଁ କମ୍ପାନି ପୂର୍ବରୁ ଏହି ବର୍ଷ ୧,୭୫ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥାନ୍ତା। ଗତସପ୍ତାହରେ କମ୍ପାନି କହିଥିଲା ଯେ ତା’ପାଖରେ ୩୩ ହଜାରେ କର୍ପୋରେଟ୍ ଓ ଟେକ୍ନିକାଲ ଚାକିରି ଅଛି। ଏହି ପଦରେ ହିଁ ସେ ଲୋକଙ୍କୁ ଭର୍ତି କରି ନିଯୁକ୍ତି ଦେଇଥାନ୍ତା। ଶହେ ନୂଆ ଷ୍ଟୋରହାଉସ୍, ପ୍ୟାକେଜ ସଟିଂ କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ନୂଆ ଲୋକଙ୍କ ଆବଶ୍ୟକତା ଥିବା କମ୍ପାନି କହିଛି।

   Related Posts