ଆମାଜନର ଦିବାଲୀ ସ୍ପେସାଲ ସେଲ ଅକ୍ଟୋବର ୨୧ରୁ, ଜାଣନ୍ତୁ କ’ଣ ରହିବ ଅଫର
19/10/2019 at 4:54 PM

ଦୀପାବଳି ପୂର୍ବରୁ ଆମାଜନ ପୁଣିଥରେ ସେଲ ଆୟୋଜନ କରିବାକୁ ଯାଉଛନ୍ତି। ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ସେଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସ୍ମାର୍ଟ ଫୋନ, ବିଭିନ୍ନ ଗେଜେଟ୍ ଓ ଆପ୍ଲିଆନ୍ସେସ୍ ଆଦି ଉପରେ ଡିଲ ଓ ଡିସ୍କାଉଣ୍ଟ ମିଳିବ। ପ୍ରତିଥର ଭଳି ଏଥର ମଧ୍ୟ ପ୍ରାଇମ ମେମ୍ବରମାନଙ୍କୁ ୟର୍ଲି ଡିଲ ଆକ୍ସେସ୍ ଦିଆଯିବ। ଏଣୁ ପ୍ରାଇମ ମେମ୍ବରମାନେ ରବିବାର ମଧ୍ୟାହ୍ନ ୧୨ଟାରୁ ଡିଲସ ଏକ୍ସେସ କରିପାରିବେ।

ଇ-କମର୍ସ ପ୍ଲାଟଫର୍ମ ଦ୍ୱାରା ୱାନପ୍ଲସ୍ ସେଭେନ-ଟି, ସାମସଙ୍ଗ ଗାଲାକ୍ସି ଏମ-୩୦ ଏସ୍, ଭିଭୋ ୟୁ-୧୦ ଭଳି ସ୍ମାର୍ଟ ଫୋନମାନଙ୍କ ଲାଗି ଡିଲସ୍ ଓ ଡିସ୍କାଉଣ୍ଟ ଦେବେ। ସେହିଭଳି ମୋବାଇଲ ଏସୋସରିଜ୍ ର ବିକ୍ରି ନ୍ୟୁନତମ ୪୯ ଟଙ୍କାରୁ ଆରମ୍ଭ ହେବ। ଏଥିଲାଗି କମ୍ପାନୀ ଏକ୍ସିସ୍ ବ୍ୟାଙ୍କ ଓ ସିଟି ବ୍ୟାଙ୍କ ସହ ଭାଗିଦାରୀ କରିଛନ୍ତି। ବୁଝାମଣା ଅନୁସାରେ ଏହି ବ୍ୟାଙ୍କମାନଙ୍କର ଡେବିଟ୍ ଅଥବା କ୍ରିଡିଟ୍ କାର୍ଡରେ ସେଲରୁ ସାମଗ୍ରୀ କ୍ରୟ କଲେ ଗ୍ରାହକଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ କ୍ୟାସ୍ ବ୍ୟାକ୍ ଲାଭ ମିଳିବ।

ଆମାଜନ ସେଲ ବେଳେ ଚଳି ସପ୍ତାହରେ ଲଞ୍ଚ ହୋଇଥିବା ରେଡମି ନୋଟ୍-୮ ପ୍ରୋ ଓ ରେଡ ମି ନୋଟ -୮କୁ ସେଲରେ ଉପଲବ୍ଧ କରାଯିବ। ଏହା ଛଡା ସାମସଙ୍ଗ ଗାଲାକ୍ସି ଏମ-୧୦ ଏସ୍ ଓ ସାମସଙ୍ଗ ଗାଲାକ୍ସି ଏ-୧୦କୁ ୧ ହଜାର ଟଙ୍କା ଡିସ୍କାଉଣ୍ଟରେ ବିକ୍ରୟ କରାଯିବ ବୋଲି ଜଣାପଡିଛି। ସେହିପରି ଭିଭୋ ୟୁ-୧୦ରେ ମଧ୍ୟ ୧ହଜାର ଟଙ୍କାର ରିହାତି ଲାଭ ଉଠାଇପାରିବେ ଗ୍ରାହକ। ଏହା ଛଡା ସେଲରେ ବିଭିନ୍ନ ଟିଭି ମଡେଲ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମିଳିପାରିବ ବୋଲି ଆଶା କରାଯାଉଛି। ସେହିପରି ବ୍ୟାଙ୍କମାନେ ମଧ୍ୟ ଆମାଜନ ସେଲରେ ଭାଗ ନେବା ଲାଗି ସେମାନଙ୍କ ଗ୍ରାହକଙ୍କ ନିମନ୍ତେ ବିଭିନ୍ନ ଅଫର ଜାରି କରିପାରନ୍ତି।