Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଛୋଟ ବ୍ୟବସାୟୀଙ୍କ ପାଇଁ ବଡ ଖବର : ଡିସେମ୍ବର ୧୨ରେ ଆମାଜନ ସ୍ମଲ୍ ବିଜନେସ୍ ଡେ ସେଲ୍, କ୍ଷୁଦ୍ର ବଜାରରୁ ବେଶୀ ସୁଯୋଗ

8/12/2020 at 3:45 PM

ନୂଆଦିଲ୍ଲୀ ୦୮/୧୨:  ଅନଲାଇନ୍ ଇ-କମର୍ସ କମ୍ପାନୀ ଆମାଜନ ଡିସେମ୍ବର ୧୨ ତାରିଖରୁ ସ୍ମଲ୍ ବିଜନେସ୍ ଡେ ସେଲ୍ ଆରମ୍ଭ କରିବାକୁ ଯାଉଛି । ଏହା ଏସବିଡିର ନୂଆ ଏଡିସନ୍ ଅଟେ । ଆସନ୍ତା ୧୨ ତାରିଖ ରାତି ୧୨ଟାରୁ ଏହା ଆରମ୍ଭ ହେବ । ଏଠାରେ ଗ୍ରାହକ ଷ୍ଟାଟଅପ୍, ଓମ୍ୟାନ୍ ଏଣ୍ଟରପ୍ରେନ୍ୟୋର୍ସ, କଳାକାର, ବୁଣାକାର, ସ୍ଥାନୀୟ ଦୋକାନରୁ ଜିନିଷପତ୍ର କିଣିପାରିବେ ।

କମ୍ପାନୀ କହିଛି ଯେ, ଏହି ଅଭିନବ ପ୍ରୟାସ ଛୋଟ ଦୋକାନୀଙ୍କୁ ଅନେକ ମାତ୍ରାରେ ସହାୟତା କରିବ ।ଚଳିତ ବର୍ଷ ଏପରି ଆୟୋଜନ ଦ୍ୱିତୀୟ ଥର ପାଇଁ କରାଯାଉଛି । ଏଥିରେ ଘରର ଦରକାରୀ ସାମଗ୍ରୀ ସମେତ ଅନ୍ୟ ଜିନିଷପତ୍ର ମଧ୍ୟ କିଣିହେବ । ଏହି ସେଲରେ ଆମାଜନ ଗ୍ରାହକ ଡିଜିଟାଲ ପେମେଣ୍ଟ କରିବା ଦ୍ୱାରା ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ ।

ଏହାସହ କମ୍ପାନୀ ଆଇସିଆଇସିଆଇ ସହ ପାର୍ଟନରସିପ୍ କରିଛି । ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଦ୍ୱାରା ପେମେଣ୍ଟ କଲେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ରହିଛି । ଆହୁରି ମଧ୍ୟ ଅନେକ ରିହାତି ବ୍ୟବସ୍ଥା ରହିଛି । ଆମାଜନର ଏକ୍ସକ୍ଲୁସିଭ୍ ବିଜନେସ୍ ଗ୍ରାହକ ୧୦ ପ୍ରତିଶତ କ୍ୟାସବ୍ୟାକ୍ ସହ ଜିଏସଟି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ଅତିରିକ୍ତ ସେଭିଂ, ବଲକ୍ ଡିସକାଉଣ୍ଟ ସହ ପ୍ରିଣ୍ଟର, ଲାପଟପ୍ ଭଳି ଅନେକ ସାମଗ୍ରୀର ଲାଭ ଉଠାଇହେବ ।

ସ୍ମଲ୍ ବିଜନେସ୍ ଡେ ସେଲ୍ ବ୍ୟତୀତ ଆମାଜନ ଏହା ମଧ୍ୟ ଘୋଷମା କରିଛି ଯେ, ଡିସେମ୍ବର ୮ରୁ ୧୪ ଯାଏଁ ଅଲ୍ ଇଣ୍ଡିଆ ହାଣ୍ଡିକ୍ରାଫ୍ଟ ଓ୍ୱିକ-୨୦୨୦ ଆରମ୍ଭ ହୋଇଛି । ଏପରି ସେଲ୍ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ସ୍ୱଦେଶୀ ଉତ୍ପାଦିତ ହସ୍ତଶିଳ୍ପକୁ ପ୍ରୋତ୍ସାହନ ମିଳିପାରିବ ।

   Related Posts