ସ୍କିନ ଲୋଶନ ବଦଳରେ ୧୯ ହଜାର ଟଙ୍କାର ହେଡ଼ଫୋନ ଡେଲିଭର କଲା ଆମାଜନ : ଅଭିଯୋଗ କରିବାରୁ କଷ୍ଟମର କେୟାର କହିଲା ନିଜେ ରଖିଦିଅନ୍ତୁ...

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨/୦୬ : ଅନଲାଇନ ସୋପିଙ୍ଗରେ ବେଳେବେଳେ ଗଡବଡ ହୋଇଥାଏ ଏହା ଆମେ ସମସ୍ତେ ଜାଣିଛେ | ବେଳେବେଳେ ଜଣେ ଗୋଟିଏ ଜିନିଷ ଅର୍ଡର କରିଥାନ୍ତି କିନ୍ତୁ ତାଙ୍କୁ ଅଲଗା କିଛି ଜିନିଷ ଡେ଼ଲିଭର ହୋଇଥାଏ | Josh Software ର ସହ-ସଂସ୍ଥାପକ ଏବଂ ନିର୍ଦେଶକ ଗୌତମ ରେଗେଙ୍କ ସହିତ ମଧ୍ୟ ଏହିଭଳି ଏକ ଘଟଣା ଘଟିଛି | ସେ ଆମାଜନରୁ ୩୦୦ ଟଙ୍କା ମୂଲ୍ୟର ଏକ ସ୍କିନ ଲୋଶନ ଅର୍ଡର କରିଥିଲେ କିନ୍ତୁ ଲୋଶନ ବଦଳରେ ତାଙ୍କ ପାଖରେ ଡେ଼ଲିଭର ହୋଇଥିଲା  Bose ର ହେଡ଼ଫୋନ ଯାହାର ମୂଲ୍ୟ ୧୯ ହଜାର ଟଙ୍କା | ସେ ଏ ସମ୍ପର୍କରେ ଟ୍ୱିଟରରେ ସୂଚନା ଦେଇଥିଲେ |

{"id":285152,"sizeSlug":"large"}

ରେଗେ କହିଛନ୍ତି ଯେ, ହେଡ଼ଫୋନ ଡେ଼ଲିଭର ହେବାପରେ ସେ ତାହାକୁ ଫେରାଇବା ପାଇଁ କମ୍ପାନୀ କଷ୍ଟମର କେୟାରକୁ ଯୋଗାଯୋଗ କରିଥିଲେ | କିନ୍ତୁ ତାଙ୍କୁ ପ୍ରିମିୟମ ହେଡ଼ଫୋନ ରଖିବାକୁ କୁହାଯାଇଥିଲା | କାରଣ ସେହି ଆଇଟମର ରିଟର୍ନ ସୁବିଧା ନଥିଲା | ରେଗେଙ୍କ ଟ୍ୱିଟ ପଢି ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ଜଣେ ୟୁଜର ଟ୍ୱିଟ କରି ପଚାରିଥିଲେ, ଲୋଶନ ଷ୍ଟକରେ ଅଛି ନା ନାହିଁ ? ଆଉ ଜଣେ ୟୁଜର ଟ୍ୱିଟ କରି କହିଥିଲେ ତାଙ୍କ ପାଖକୁ ହେଡ଼ଫୋନ ବଦଳରେ ସ୍କିନ ଲୋଶନ ଡେ଼ଲିଭର ହୋଇଛି | ସେ ଏକ୍ସଚେଞ୍ଜ କରିଦିଅନ୍ତୁ | ରେଗେ ପାର୍ସଲର ଫଟୋ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି | ରେଗେଙ୍କ ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ୩ ହଜାରରୁ ଅଧିକ ଲୋକ ରିଟ୍ୱିଟ ମଧ୍ୟ କରିଛନ୍ତି | ରେଗେଙ୍କ ପୋଷ୍ଟ ପରେ କିଛି ଲୋକ ନିଜର ଏକ୍ସଚେଞ୍ଜ ପାର୍ସଲ ଡେଲିଭରି କାହାଣୀ ମଧ୍ୟ ପୋଷ୍ଟ କରିଛନ୍ତି |

{"id":285153,"sizeSlug":"large"}

ଜଣେ ଆମାଜନ ଗ୍ରାହକ କହିଛନ୍ତି, ସେ ୧୩ ହଜାର ଟଙ୍କା ମୂଲ୍ୟର ମନିଟର ଅର୍ଡର କରିଥିଲେ କିନ୍ତୁ ତା ବଦଳରେ ତାଙ୍କ ପାଖକୁ ଏକ କଲିନ ବୋତଲ ଆସିଥିଲା | ଆଉ ଜଣେ ଗ୍ରାହକ କହିଛନ୍ତି ଯେ ସେ ଆଫ୍ଟର ସେଭ ଅର୍ଡର କରିଥିଲା କିନ୍ତୁ ତାଙ୍କୁ ଲେନୋଭୋର ଏକ ଟ୍ୟାବ ମିଳିଥିଲା | ଜଣେ ଟ୍ୱିଟର ୟୁଜରଙ୍କ ଅନୁଯାୟୀ, ଏହି ଭୁଲ ଡେ଼ଲିଭର ପାଇଁ ଆମାଜନ ଦ୍ୱାରା ଜିନିଷ ବିକ୍ରି କରୁଥିବା ବ୍ୟବସାୟୀଙ୍କର କ୍ଷତି ହୋଇଛି | କୌଣସି ଇ-କମର୍ସ ପ୍ଲାଟଫର୍ମ ଏହାର ଖର୍ଚ୍ଚ ବହନ କରିବନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.