Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆମାଜନର ବଦମାସୀ : ହିନ୍ଦୁ ଦେବାଦେବୀଙ୍କୁ କରୁଛି ଅପମାନ, ୟୁକେରେ ବିକ୍ରି ହେଉଥିବା ଟି-ସାର୍ଟରେ ରହିଛି ଆପତ୍ତିଜନକ ଫଟୋ

1/11/2020 at 11:56 AM

ଭୁବନେଶ୍ୱର,୦୧/୧୧:  ଇ-କମର୍ସ ସାଇଟ୍ ଆମାଜନରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଅଭିଯୋଗ । ଆମାଜନ୍ ୟୁକେ ଏମିତି କିଛି ଟି-ସାର୍ଟ ବିକ୍ରି କରୁଛି ଯେଉଁଥିରେ ହିନ୍ଦୁ ଦେବାଦେବୀଙ୍କର ଆପତ୍ତିଜନକ ଫଟୋ ରହିଛି । ଯାହାକୁ ନେଇ ବିବାଦର ସ୍ବର ଉଠିଛି । କାଳୀ ଏବଂ ଶିବଙ୍କର ଆପତ୍ତିଜନକ ଫଟୋ ଥିବା ଟିସାର୍ଟକୁ ନିଜ ୱେବସାଇଟରେ ବିକ୍ରି କରୁଛି ଆମାଜନ ।

କେବଳ ସେତିକି ନୁହେଁ, ହିନ୍ଦୁ ଦେବାଦେବୀଙ୍କୁ ନେଇ ଆପତ୍ତିଜନକ ଟ୍ୟାଗ୍ ଲେଖା ରହିଛି । ଦେବାଦେଦୀଙ୍କ ଫଟୋକୁ ବିକୃତ କରାଯାଇଛି । ଏହା ଧର୍ମୀୟ ଭାବନା ପ୍ରତି କୁଠାରାଘାତ କରୁଥିବା ଅଭିଯୋଗ ହେଉଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅନେକ ଲୋକ ଅଭିଯୋଗ ଉଠାଇଛନ୍ତି । ଆଗରୁ ମଧ୍ୟ ଆମାଜନ ନିଜ ପ୍ରଡକ୍ଟରେ ଏପ୍ରକାର ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ନେଇ ଆପତ୍ତିଜନକ ଭାବରେ ବ୍ୟବହାର କରିଥିଲା । ଡୋର୍ ମ୍ୟାଟ ଏବଂ ଟଏଲେଟ୍ ମ୍ୟାଟରେ ହିନ୍ଦୁ ଦେବାଦେବୀଙ୍କ  ଫଟୋ ଛାପିଥିଲା । ଯାହାକୁ ବିବାଦ ଉଠିବା ପରେ ଆମାଜନ ଏସବୁ ପ୍ରଡକ୍ଟ ପ୍ରତାହାର କରିଥିଲା ।

ଏବେ ପୁଣି ଥରେ ଆମାଜନ ୟୁକେ ବଦମାସୀ କରିଛି । ବାରମ୍ବାର ଏପ୍ରକାର କରିବା ପଛରେ ଆମାଜନର କଣ ଲକ୍ଷ୍ୟ ରହିଛି ତାହା ତାକୁ ହିଁ ଜଣାଥିବ । କିନ୍ତୁ ଅନ୍ୟ ଧର୍ମ ପ୍ରତି ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ ଏକଥା ବୋଧହୁଏ ଆମାଜନ ଭୁଲି ଯାଇଛି । ହିନ୍ଦୁ ଧର୍ମର ଦେବାଦେବୀଙ୍କ ଆପତ୍ତିଜନକ ଫଟୋ ବ୍ୟବହାର କରି ଭାରତ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନା ପ୍ରତି କୁଠାରାଘାତ କରିଥିବା ଅଭିଯୋଗ ହୋଇଛି ।

   Related Posts