Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଗୋଟିଏ ଲାପଟପକୁ ୩ଥର ବିକ୍ରି କରିଥିଲା ଆମାଜନ: ରିଫଣ୍ଡ ସହ ଲାଗିଲା ୨୦ ହଜାର ଟଙ୍କା ଜୋରିମାନା

16/12/2018 at 12:25 PM

ଚଣ୍ଡୀଗଡ଼ ୧୬/୧୨ : ଆଜିକାଲି ଘରେ ବସି ଅନଲାଇନ ସପିଙ୍ଗର ଟ୍ରେଣ୍ଡ ଚାଲିଛି | ତେବେ ଅନଲାଇନ ସପିଙ୍ଗରେ ହେଉଥିବା ଫ୍ରଡ ସମ୍ପର୍କରେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି | ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆମାଜନରୁ ଅର୍ଡର କରିଥିଲେ ହେଡ଼ଫୋନ କିନ୍ତୁ ତାଙ୍କ ମିଳିଥିଲା ଖଣ୍ଡେ ଲୁହା | ଯାହାକୁ ନେଇ ସେ ନିଜ ଇନ୍ଷ୍ଟଗ୍ରାମ ପେଜରେ ପୋଷ୍ଟ କରିଥିଲେ | ପୁଣିଥରେ ଆମାଜନ ବିରୋଧରେ ଆସିଛି ଅଭିଯୋଗ | ଚଣ୍ଡୀଗଡ଼ ସେକ୍ଟର-୪୩ରେ ରହୁଥିବା ରବୀନ୍ଦ୍ର ସିଂ ଆମାଜନରୁ ଏକ ଲାପଟପ ଅର୍ଡର କରିଥିଲେ | ଅର୍ଡର ମୁତାବକ ଡେଲ କମ୍ପାନୀର ଲାପଟପ ମଧ୍ୟ ଆସିଥିଲା | କିନ୍ତୁ ଲାପଟପ ଅଳ୍ପ ଦିନରେ ଖରାପ ହୋଇଯାଇଥିଲା | ଲାପଟପ ଖରାପ ହୋଇଥିବା ନେଇ ରବୀନ୍ଦ୍ର ଡେଲ ଇଣ୍ଡିଆ କମ୍ପାନୀ ସହ କଥା ହୋଇଥିଲେ | ଡେଲ ଇଣ୍ଡିଆ କମ୍ପାନୀ ତରଫରୁ ଜଣାପଡିଥିଲା ଯେ ସେହି ଲାପଟପ ପୂର୍ବରୁ ଦୁଇଥର ବିକ୍ରି ହୋଇସାରିଛି | ଏହା ଜାଣି ରବୀନ୍ଦ୍ର ଆମାଜନ ବିରୋଧରେ କଂଜୟୁମର ଫୋରମରେ ଏକ ମାମଲା ରୁଜ୍ଜୁ କରିଥିଲେ | 


କଂଜୟୁମର ଫୋରମରେ ରବୀନ୍ଦ୍ରଙ୍କ ଅଭିଯୋଗ ଠିକ ପ୍ରମାଣିତ ହୋଇଥିଲା | ଦୋଷ ପ୍ରମାଣିତ ହେବ ପରେ କଂଜୟୁମର ଫୋରମ ରବୀନ୍ଦ୍ରଙ୍କୁ ଲାପଟପର ମୂଲ୍ୟ ୬୯ ହଜାର ଟଙ୍କା ରିଫଣ୍ଡ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଆମାଜନକୁ ନିର୍ଦେଶ ଦେଇଥିଲେ | 


୨୦୧୬ ମସିହାରେ ରବୀନ୍ଦ୍ର ଏହି ଲାପଟପ କିଣିଥିଲେ | ସେତେବେଳେ ଲାପଟପର ମୂଲ୍ୟ ଥିଲା ୬୯୯୯୦ ଟଙ୍କା | ଏହି ଲାପଟପ ତାଙ୍କୁ ସିଗ୍ଲୋବାଲ କମ୍ପାନୀ ତରଫରୁ ବିକ୍ରି କରାଯାଇଥିଲା | କିଣିବା ଦିନରୁ ହିଁ ଲାପଟପରେ ସମସ୍ୟା ଦେଖାଦେଇଥିଲା | ବର୍ଷ ମଧ୍ୟରେ ଲାପଟପ ଅଧିକାଂଶ ସମୟ ସର୍ଭିସ ସେଣ୍ଟରରେ ରହୁଥିଲା | 


ରବୀନ୍ଦ୍ରଙ୍କ ଓକିଲ ଯୋଗୀନ୍ଦ୍ର ନାଗପାଳ କହିଛନ୍ତି ଯେ, ଯେତେବେଳେ ସେ ଲାପଟପ ରିପ୍ଲେସ କରିବା ପାଇଁ ଆମାଜନ ସହ କଥା ହୋଇଥିଲେ ସେତେବେଳେ ଆମାଜନ ମନାକରିଦେଇଥିଲା | ମନାକରିବା ପରେ ସେ ଆମାଜନ ବିରୋଧରେ ଅଭିଯୋଗ କରିଥିଲେ | କଂଜୟୁମର ଫୋରମ ରିଫଣ୍ଡ ଏବଂ ଜୋରିମାନା ସହ କେଶ ବାବଦରେ ଖର୍ଚ୍ଚ ହୋଇଥିବା ୧୦ ହଜାର ଟଙ୍କା ମଧ୍ୟ ଦେବା ପାଇଁ ନିର୍ଦେଶ ଦେଇଥିଲେ |

   Related Posts