ଚାଲିଛି Amazonଙ୍କ ରି ପବ୍ଲିକ୍ ଡେ ସେଲ୍, TV ଓ Fridge ଉପରେ ମିଳୁଛି ୬୦% ପର୍ଯ୍ୟନ୍ତ ରିହାତି
22/01/2021 at 5:59 PM

ନୂଆଦିଲ୍ଲୀ ୨୨।୧: ଗଣତନ୍ତ୍ର ଦିବସ ଲାଗି ଇ-କମର୍ସ ୱେବସାଇଟ୍ ଆମାଜନଙ୍କ ରିପବ୍ଲିକ୍ ଡେ ସେଲ୍ ଏବେ ଚାଲିଛି। ଶନିବାର ପର୍ଯ୍ୟନ୍ତ ଏହି ସେଲ ଥିବା ବେଳେ ଇ-ସପିଂ ୱେବ୍ ସାଇଟ୍ ୱେରଲେସ୍ ଇୟରଫୋନରୁ ଆରମ୍ଭ କରି କିଚେନ୍ ଆପ୍ଲେଏନ୍ସ, ଟିଭି ଓ ରେଫ୍ରିଜେରେଟର ଭଳି ଅନେକ ପ୍ରଡକ୍ଟରେ ବିଶାଳ ରିହାତି ଦେଉଛନ୍ତି। ଯଦି ଆପଣ ବି ବମ୍ପର ଡିସ୍କାଉଣ୍ଟର ଲାଭ ନେବାକୁ ଚାହାନ୍ତି ଶନିବାର ସୁଧା ନେଇ ପାରନ୍ତି।

ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆମାଜନ ରିପବ୍ଲିକ୍ ଡେ ସେଲ ୪ ଦିନ ଲାଗି ରହିଛି। ୨୦ ଜାନୁୟାରୀରୁ ଆରମ୍ଭ ହୋଇଥିବା ଏହି ସେଲ ୨୩ ଜାନୁୟାରୀ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ ରହିବ। ଆମାଜନ ୱେବ୍ସାଇଟ୍ ଦେଉଥିବା ରିହାତି ଲାଗି ଗ୍ରାହକଙ୍କୁ ଅନୁନ୍ୟ ୫ ହଜାର ଟଙ୍କାର କିଣାକିଣି କରିବାକୁ ପଡିବ। ଏଥିରୁ କମ୍ ହେଲେ ମିଳୁଥିବା ଅଫରର ଲାଭ ନେଇ ପାରିବେନି।

ଯଦି ଆପଣ ଅଫରର ପୂର୍ଣ୍ଣ ଫାଇଦା ନେବା ଲାଗି କ୍ରେଡିଟ କାର୍ଡରେ କ୍ରୟ କରିବେ ତେବେ ଏଥିଲାଗି ଏସବିଆଇ କ୍ରେଡିଟ କାର୍ଡର ଉପଯୋଗ କରନ୍ତୁ। ଏହି କ୍ରେଡିଟ୍ କାର୍ଡରେ ଆପଣ ଅଧିକ ୧୫ଶହ ଟଙ୍କାର ରିହାତି ପାଇବେ। ଏହି ସେଲରେ ଆମାଜନ ହୋମ ଆପ୍ଲାଏନସେସ୍ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। କୁକ୍ ୱେର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମିଳୁଛି। ଯେଉଁଥିରେ ୭୯ ଟଙ୍କାରୁ ଆରମ୍ଭ କରି ୪ ହଜାର ଟଙ୍କାର ସାମାନ ମଧ୍ୟ ରହିଛି।

ସେହିପରି ଲିଭିଂ ରୁମ ଫର୍ଣ୍ଣିଚର ଉପରେ ୫୦ ପ୍ରତିଶତ ପର୍ୟ୍ୟନ୍ତ ଅଫର ଦିଆଯାଉଛି। ଏହି ସେଲର୍ ୱାସିଂ ମେସିନର ପ୍ରାରମ୍ଭିକ ମୂଲ୍ୟ ୪ହଜାର ୬୦୦ରୁ ଆରମ୍ଭ ହେଉଥିବା ବେଳେ ଏଲଇଡି ଟିଭି ଉପରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ଏଥିରେ ଆମାଜନ ବ୍ରାଣ୍ଡ ଉପରେ ୭୦ ପ୍ରତିଶତ ଅଫ ରହିଛି।