ଆମାଜନର ଧମାକାଦାର୍ ଅଫର୍: ୮୯ ଟଙ୍କାରେ ୨୮ ଦିନ ପ୍ରାଇମ୍ ଭିଡିଓର ମଜା ଉଠାଇ ପାରିବେ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩/୦୧ : ଇ-କମର୍ସ ତଥା କଣ୍ଟେଣ୍ଟ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଆମାଜନ ଭାରତୀୟ ୟୁଜର୍ସଙ୍କୁ ଦୃଷ୍ଟିରେ ରଖି ବୁଧବାର ଦିନ ପ୍ରାଇମ ଭିଡିଓ ମୋବାଇଲ ଏଡିସନ (Prime Video Mobile Edition) ଲଞ୍ଚ କରିଛି। ଏହି ପ୍ଲାନର ୟୁଜର୍ସ ମାତ୍ର ୮୯ ଟଙ୍କାରେ ପ୍ରତି ମାସରେ ଆମାଜନ ପ୍ରାଇମ ଭିଡିଓର ମଜା ଉଠେଇ ପାରିବେ। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ, ହଟଷ୍ଟାର ଭଳି କମ୍ପାନୀ ସହ କଡା ମୁକାବିଲା ମଧ୍ୟରେ ଆମାଜନ ଏହି ସେବା ଆରମ୍ଭ କରିଛି। ଏଥିପାଇଁ ଆମାଜନ ଏୟାରଟେଲ ସହ ଟାଇଅପ କରିଛି।

ଏୟାରଟେଲ୍ ପ୍ରିପେଡ଼୍ ୟୁଜର୍ସ ଏହି ଅଫରର ଫାଇଦା ଉଠାଇ ପାରିବେ। ଏୟାରଟେଲ୍ ୟୁଜର୍ ୩୦ ଦିନ ଯାଏଁ ପ୍ରାଇମ୍ ଭିଡିଓର ଫ୍ରି ଟ୍ରାଏଲ୍ ମଧ୍ୟ ଦେଖିପାରିବେ। ଫ୍ରି ସବ୍ସକ୍ରିପ୍ସନ୍ ପାଇବାକୁ ଗ୍ରାହକଙ୍କୁ ଏୟାରଟେଲ୍ ଥ୍ୟାକ୍ସ ଆପ୍ ୟୁଜ୍ କରିବାକୁ ହେବ।

{"id":391852,"sizeSlug":"large","linkDestination":"none"}

ଆମାଜନ୍ ପ୍ରାଇମ୍ ଭିଡିଓର ନିର୍ଦ୍ଦେଶକ ଓ ଜେନେରାଲ୍ ମ୍ୟାନେଜର୍ ଗୌରଭ ଗାନ୍ଧୀ କହିଛନ୍ତି ଯେ ଭାରତରେ ମନୋରଞ୍ଜନ ପାଇଁ ସ୍ମାର୍ଟଫୋନ୍ ସବୁଠାରୁ ସହଜ ତରିକା। ସ୍ମାର୍ଟଫୋନ୍ ଜରିଆରେ ଆମାଜନ୍ ପ୍ରାଇମ୍ ଇଣ୍ଡିଆକୁ ଅଧିକ ୟୁଜର୍ସଙ୍କ ପାଖକୁ ପହଞ୍ଚାଇବାକୁ ଏହି ପ୍ଲାନ୍ ଲଞ୍ଚ୍ କରାଯାଇଛି।

ଆମାଜନ୍ ପ୍ରାଇମ୍ ଭିଡିଓର ପ୍ରତିଦ୍ବନ୍ଦୀ ନେଟଫ୍ଲିକ୍ସ ୨୦୨୦ ରେ ମୋବାଇଲ୍ ପାଇଁ ସବ୍ସକ୍ରିପ୍ସନ୍ ପ୍ଲାନ୍ ପେଶ୍ କରିଥିଲା। କମ୍ପାନୀ ଭାରତରେ ୧୯୯ ଟଙ୍କାର ମୋବାଇଲ୍ ସବ୍ସକ୍ରିପ୍ସନ୍ ପ୍ଲାନ୍ ଲଞ୍ଚ୍ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.