Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

୭୫ ହଜାର ନୂଆ ନିଯୁକ୍ତି ଦେବାକୁ ଘୋଷଣା କଲା ଆମାଜନ !

14/04/2020 at 2:42 PM

ଓ୍ବାଶିଂଟନ୍ ୧୪।୪: ସାରା ବିଶ୍ବରେ ଯେଉଁଭଳି ଭାବେ କରୋନା ଭାଇରସ୍ ତାଣ୍ଡବ ରଚୁଛି କୋଟି କୋଟି ଲୋକ ଚାକିରୀ ହରାଇବାର ସମ୍ଭାବନା ରହିଛି । ଏମିତି ପରିସ୍ଥିତିରେ ଆମାଜନ୍ ବଡ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି । ପଞ୍ଜାବ କେସରୀରେ ପ୍ରକାଶିତ ଖବର ଅନୁଯାୟୀ ଆମାଜନ କହିଛି ଯେ, ଏକକାଳୀନ ୭୫ ହଜାର ନିଯୁକ୍ତି କରିବ । ଏହି ନିଯୁକ୍ତି ଗୋଦାମ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡେଲିଭରି ଡ୍ରାଇଭର ପର୍ଯ୍ୟନ୍ତ ରହିବ । କମ୍ପାନୀ କହିଛି ଯେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ନିଷ୍ପତ୍ତି ପଛରେ ଲକ୍ ଡାଉନ୍ କାରଣ ରହିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେରିକାରେ କରୋନା ଭାଇରସ୍ କାରଣରୁ ଲୋକମାନେ ଘରେ ରହିଛନ୍ତି । ଫଳରେ ଅନଲାଇନ୍ ଅର୍ଡରର ଚାହିଦା ବଢୁଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ ସମ୍ଭାବନାକୁ ଦୃଷ୍ଟିରେ ରଖି ଦୋକାନଗୁଡିକ ଖାଲି ହେବାକୁ ଲାଗିଛି । କମ୍ପାନୀଗୁଡିକ ଏହା ପ୍ରୟାସ କରୁଛନ୍ତି ଯେ ଖାଦ୍ୟପେୟ ଏବଂ ସ୍ବାସ୍ଥ୍ୟ ଉତ୍ପାଦର ଷ୍ଟକ୍ ବଜାୟ ରଖିବାକୁ । ଏହାସହ ଷ୍ଟୋର କର୍ମଚାରୀ ଏବଂ ଡେଲିଭରି କର୍ମଚାରୀଙ୍କର ମଧ୍ୟ ଆବଶ୍ୟକତା ରହିଛି । ଯାହାକୁ ଦୃଷ୍ଟିରେ ରଖି ଆମାଜନ ନିଯୁକ୍ତି କରିବାକୁ ନିତ୍ତି ନେଇଛି ବୋଲି ଜଣାପଡିଛି ।

ବୃହତ୍ତ ଇ-କମର୍ସ କମ୍ପାନୀ ଆମାଜନ ପାଇଁ ନିଯୁକ୍ତି ଏକ ବଡ ଏବଂ କଷ୍ଟକର କାର୍ଯ୍ୟ । ଆମାଜନ ହେଉଛି ସେହି କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ଯାହାର ବହୁ ସଂଖ୍ୟକ ଗୋଦାମ କର୍ମଚାରୀ କରୋନା ଭାଇରସ୍ ସଂକ୍ରମିତ ଅଟନ୍ତି । କମ୍ପାନୀ କହିଛି ଯେ ବର୍ତ୍ତମାନ ଆମେରିକା ଏବଂ ୟୁରୋପରେ ଥିବା ସମସ୍ତ ଗୋଦାମରେ ତାପମାତ୍ର ଚେକିଂ ଏବଂ ମାସ୍କର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ । ତେବେ କିଛି ଅଧିକାରୀ କମ୍ପାନୀକୁ ଗୋଦାମ ବନ୍ଦ କରିବାକୁ କହିଛନ୍ତି ।

ବେରୋଜଗାର ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଆମାଜନ ଏହି ସ୍ଥାନ ପୂରଣ କରିବାକୁ ନିଷ୍ପତ୍ତି ନେଇଛି । ନୂତନ କର୍ମଚାରୀଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ସର୍ବନିମ୍ନ ମଜୁରୀକୁ ଘଣ୍ଟା ପ୍ରତି ୧୫ ଡଲାରରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯାହା ଅପ୍ରେଲଠାରୁ କାର୍ଯ୍ୟକାରୀ ହେବ ।

କମ୍ପାନୀ କହିଛି ଯେ, ପୂର୍ବରୁ ଦିଆଯାଇଥିବା ବିଜ୍ଞାପନ ଅଧିନରେ ୧୦୦୦୦୦ ନିଯୁକ୍ତି କରିଛି । ଏହାପରେ ଏହି ୭୫ ହଜାର ନିଯୁକ୍ତି କରାଯିବ । ଆମାଜନ କହିଛି ଯେ ସାରା ବିଶ୍ବରେ ଦରମା ବୃଦ୍ଧି ପାଇଁ ୫୦୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିପାରେ । ଗତ ବର୍ଷ ଏହା ୩୫ କୋଟି ଡଲାର ଥିଲା ।

   Related Posts