ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ମହାକାଶଚାରୀ ପଠାଇବେ ଆମାଜାନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ସେୟାର କଲେ ରକେଟ୍ ଇଞ୍ଜିନ୍ ଟେଷ୍ଟିଂ ଭିଡିଓ

Published By : Prameya-News7 Bureau | December 05, 2020 IST

ନ୍ୟୁୟର୍କ,୦୫/୧୨:   ଆମାଜନ ପ୍ରତିଷ୍ଠାତା ଜେପ୍ ବେଜୋସଙ୍କ ଏରୋସ୍ପେସ୍ କମ୍ପାନୀ ବ୍ଲୁ  ଅରିଜିନ୍ ନିଜର ଚନ୍ଦ୍ର ମିଶନ ଆରମ୍ଭ କରିଛି । କମ୍ପାନୀ ଚନ୍ଦ୍ରକୁ ପ୍ରଥମ ମହିଳା ମହାକାଶଚାରୀ ପଠାଇବା ପାଇଁ ଯୋଜନା କରୁଛି । ଏହି ମିଶନରେ କମ୍ପାନୀ ଚନ୍ଦ୍ରକୁ ପ୍ରଥମ ମହାକାଶଚାରୀ ପଠାଇ ଏକ ରେକର୍ଡ ସ୍ଥାପନା କରିବ ।

ଏଥିପାଇଁ ମହାକାଶଯାନର ରକେଟ୍ ଇଞ୍ଜିନ୍ ପରୀକ୍ଷଣ ହୋଇଛି । ଯାହା ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ନେବ । ଏହି ପରୀକ୍ଷଣର ଭିଡିଓ ମଧ୍ୟ ଜେଫ୍ ବେଜୋସ୍ ସେୟାର କରିଛନ୍ତି । ଏହି ଭିଡିଓରେ ରକେଟ୍ ଇଞ୍ଜିନରୁ କିପରି ରଙ୍ଗୀନ ଆଲୋକ ଓ ଶିଖା ବାହାରୁଛି ତାହା ଦେଖିବାକୁ ମିଳିଛି ।

wp:html
/wp:html

ବେଜୋସ୍ କହିଛନ୍ତି ଯେ, ଏହା ହେଉଛି ବିଇ-୭ ଇଞ୍ଜିନ୍ । ଯାହାର କାର୍ଯ୍ୟ ଅଧିକ ଉନ୍ନତମାନର । ଏହାର ଇଞ୍ଜିନରେ ତରଳ ଉଦଜାନ ଓ ଅମ୍ଳଜାନ ରହିଛି । ଯାହା ୧୦୦୦ ପାଉଣ୍ଡ ଫୋର୍ସ ଥ୍ରଷ୍ଟ୍ ବିଶିଷ୍ଟ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ବେଳେ ଏହାର ଥଷ୍ଟ୍ର ପାଓ୍ୱାର ୨୦୦୦କୁ ଖସି ଆସିବ । ଥଷ୍ଟ୍ ପାଓ୍ୱାରର ଅର୍ଥ ହେଉଛି ମାଧ୍ୟାକର୍ଷଣ ଶକ୍ତିର ବିପରୀତରେ ଗତି କରିବାର ଶକ୍ତି । ଏହା ହ୍ୟୁମାନ ଲ୍ୟାଣ୍ଡିଂ ସିଷ୍ଟମକୁ ମଧ୍ୟ ପରିଚାଳନା କରିପାରିବ ।

ବ୍ଲୁ ଅରିଜିନ୍ ନାସା ସହ ମିଳିତଭାବେ ଏହି ପ୍ରୟାସ ଜାରି ରଖିଛି । ୨୦୨୪ସୁଦ୍ଧା ଏହା ସଫଳ ହେବ ବୋଲି ଆଶା କରାଯାଉଛି । ଜେଫ୍ ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ଆଲାବାମାରେ ଥିବା ନାସାର ସ୍ପେସ୍ ଫାଇଟ୍ ସେଣ୍ଟରରେ ପରୀକ୍ଷଣ ହୋଇଛି । ଏହ ପରୀକ୍ଷଣ ୧୨୪୫ ସେକେଣ୍ଡ୍ ପାଇଁ କରାଯାଇଥିଲା ।

ସୂଚନାଯୋଗ୍ୟ, ବ୍ଲୁ ଅରିଜିନ୍ ଦୁଇ ବର୍ଷ ଧରି ଏରୋସ୍ପେସ କ୍ଷେତ୍ରରେ କାମ କରୁଛି । ୨୦୨୪ସୁଦ୍ଧା ଏହାର ଚନ୍ଦ୍ର ମିଶନ ସଫଳ ହେବ ବୋଲି କମ୍ପାନୀ ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.