ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଛି ଆମାଜନ ! ତଦନ୍ତ ଦାବି କଲେ କଂଗ୍ରେସ ନେତା ଦିଗବିଜୟ ସିଂ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫/୧୦: ଆମାଜନ-ଫ୍ୟୁଚର ଗ୍ରୁପ ବିବାଦରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଆମାଜନ ଦେଇଥିବା ୮୫୪୬ କୋଟିର ବକେୟା ଟଙ୍କାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଆମାଜାନ ଏତେ ଟଙ୍କା କାହାକୁ ଦେଲା ବୋଲି ଦିଗବିଜୟ ସିଂ ପ୍ରଶ୍ନ କରିଛନ୍ତି ।

ଦିଗବିଜୟ ସିଂ କହିଛନ୍ତି ଯେ, ଏହି ଟଙ୍କା ନେଣଦେଣରେ ଦୁର୍ନୀତି ହୋଇଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ମାମଲାର ତଦନ୍ତ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଆମେରିକୀୟ କମ୍ପାନୀ ଆମାଜନ ୨୦୧୮-୨୦ରେ ଭାରତରେ ନିଜର ଦବଦବା ଜାହିର କରିବାକୁ ବିଭିନ୍ନ ଆଇନଗତଃ ଉପାୟରେ ୮୫୪୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏବେ ସେହି ମାମଲାକୁ ନେଇ ବିବାଦ ଘନେଇଛି । କମ୍ପାନୀ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ସେ ଏହାର ତଦନ୍ତ କରୁଥିବା କହିଛି ।

ତେବେ ବ୍ୟବସାୟୀ ସଙ୍ଗଠନ ସିଏଆଇଟି ଅଭିଯୋଗ କରିଛି ଯେ, କମ୍ପାନୀ ଅନେକ ଅଧିକାରୀଙ୍କୁ କୋଟିକୋଟି ଟଙ୍କା ଲାଞ୍ଚ ଦେଇଛି । ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦରକାର । ଅନ୍ୟପକ୍ଷରେ କମ୍ପାନୀ ତଦନ୍ତରେ କୌଣସି ଅନିୟମିତତା ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.