Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୧୯୦ ଟଙ୍କାରେ ଲାପଟପ୍ ବିକିଥିଲା ଆମାଜନ୍ ହେଲେ କଲାନି ଡେଲିଭର୍: ଏବେ ଦେବ ୪୫ ହଜାର ଟଙ୍କା ଜରିମାନା

21/01/2021 at 5:27 PM

ନୂଆଦିଲ୍ଲୀ ୨୧/୦୧ : ଫେଷ୍ଟିଭ ସିଜନକୁ ଦେଖି ଆମାଜନ, ଫ୍ଲିପକାର୍ଟ ଓ ଅନ୍ୟ ଇ-କମର୍ସ କମ୍ପାନୀ ବିଭିନ୍ନ ଆକାରସାନିୟା ଅଫର ଦେଉଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିହାତି ଓ ବିଭିନ୍ନ ଅଫର ମଧ୍ୟରେ ଆମାଜନକୁ ଏକ ଭାରି କ୍ଷତି ବହନ କରିବାକୁ ପଡିଛି। ମାମଲା ୨୦୧୪ ମସିହାର। ୨୦୧୪ ଡିସେମ୍ବରରେ ଆମାଜନ ନିଜ ସାଇଟରେ ଏକ ଲାପଟପ ୧୯୦ ଟଙ୍କାରେ ଲିଷ୍ଟ କରିଥିଲା। ଏହି ଲାପଟପକୁ ଓଡିଶାର ଜଣେ ଆଇନ ଛାତ୍ର ସୁପ୍ରିୟ ରଞ୍ଜନ ବୁକ କରିଥିଲେ। କିନ୍ତୁ ଆମାଜନ ପରେ ଏହି ପ୍ରଡକ୍ଟ ଡେଲିଭର କରିନଥିଲା। ଫଳରେ ଛାତ୍ର କଂଜୁମର ଫୋରମରେ ଆମାଜନ ବିରୋଧରେ ଅଭିଯୋଗ କରିଥିଲେ।

ଛାତ୍ରଙ୍କ ଅଭିଯୋଗ ପରେ ଓଡିଶା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ Amazon.in କୁ ମାନସିକ ପୀଡା ଓ ଉତ୍ପୀଡ଼ନ ଅନୁସାରେ କ୍ଷତିପୂରଣ ବାବଦକୁ ୪୦ ହଜାର ଟଙ୍କା ଓ କ୍ରେତାଙ୍କୁ ଦଣ୍ଡିତ କ୍ଷତି ଏବଂ ମୋକଦ୍ଦମା ବାବଦକୁ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଛାତ୍ରଙ୍କ ଅଭିଯୋଗ ଓ ଶୁଣାଣି ସମୟରେ ବେଞ୍ଚ ସ୍ପଷ୍ଟ ହୋଇପାରିନଥିଲେ ଯେ କମ୍ପାନୀ କେଉଁ ଲାପଟପ ଲିଷ୍ଟିଙ୍ଗ କରିଥିଲା। ବେଞ୍ଚ କହିଛନ୍ତି ଯେ, କମ୍ପାନୀର ଏହି ଅବହେଳା ଯୋଗୁଁ ଛାତ୍ରକୁ ୨୨ ହଜାର ୮୯୯ ଟଙ୍କା ଦେଇ ଆଉ ଏକ ଲାପଟପ କିଣିବାକୁ ପଡିଥିଲା। ଯେଉଁଥିପାଇଁ ତାଙ୍କୁ ନିଜ ପ୍ରୋଜେକ୍ଟ ସବମିଟ କରିବାରେ ବିଳମ୍ବ ହୋଇଥିଲା।

ଆୟୋଗ ଫଇସଲା ଶୁଣାଇଛନ୍ତି ଯେ ଆମାଜନ ସପିଙ୍ଗ ୱେବସାଇଟରେ ୨୩ ହଜାର ୪୯୯ ଟଙ୍କାର ଏକ ଲାପଟପ ୧୯୦ ଟଙ୍କାରେ ସୂଚୀବଦ୍ଧ କରାଯାଇଥିଲା। ଅର୍ଥାତ ଲାପଟପରେ ୨୩ ହଜାର ୩୦୯ ଟଙ୍କା ପ୍ରମୋଶନାଲ ରିହାତି ଦିଆଯାଇଥିଲା। ଆୟୋଗ କହିଛନ୍ତି ଯେ ଏହି ମାମଲାରେ ଅଭିଯୋଗକାରୀଙ୍କୁ ଉଚିତ ସେବା ପ୍ରଦାନ କରିବାରେ ଆମାଜନ ଅବହେଳା କରିବା ସହ ଅନୁଚିତ ବ୍ୟବହାର କରିଛି। ସେଥିପାଇଁ କମ୍ପାନୀ ବିରୋଧରେ ୪୫ ହଜାର ଟଙ୍କା ଜରିମାନା ଲଗାଯାଇଛି।

   Related Posts