Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଆମାଜନର ଗ୍ରେଟ ଇଣ୍ଡିଆନ ସେଲ୍ :୧୫ହଜାର ଟଙ୍କା ମଧ୍ୟରେ ମିଳିବ ଆକର୍ଷଣୀୟ ସ୍ମାର୍ଟ ଫୋନ୍

17/01/2020 at 6:55 PM

ନୂଆଦିଲ୍ଲୀ ୧୭।୦୧: ଆମାଜନ ଦ୍ବାରା ଗ୍ରେଟ୍ ଇଣ୍ଡିଆନ ସେଲ୍‌ ଆସନ୍ତା ଜାନୁଆରୀରୁ ୧୯ ଆରମ୍ଭ ହେବାକୁ ଯାଉଛି ।  ଯାହା ଜାନୁଆରୀ ୨୨ପର୍ଯ୍ୟନ୍ତ ଚାଲୁରହିବ ।   ଆମାଜନର ଏହି ସେଲ୍‌ ଦ୍ବାରା ବିଭିନ୍ନ ପ୍ରକାରର ସ୍ମାଟଫୋନରେ ରିହାତି ମିଳିଥାଏ । ତେବେ ଗ୍ରାହକମାନଙ୍କୁ ଅବଗତ କରିବା ପାଇଁ ଆମଜାନ ନିଜ ଓ୍ବେବସାଇଟ ପେଜରେ ଏହି ଅଫର ସମ୍ପର୍କରେ ଅବଗତ କରାଇଛି ।  ଏହି ସେଲ୍‌ ଦ୍ବାରା ଗ୍ରାହକମାନଙ୍କୁ ମିଳିବାକୁ ଥିବା ଅଫର ସମ୍ବନ୍ଧରେ ମଧ୍ୟ ସୂଚନା ଦେଇଛି । ୧୬,୯୯୯ଟଙ୍କାର ଫୋନ ୧୦,୯୯୯ ଟଙ୍କାର ଦାମରେ ଗ୍ରାହକମାନେ କିଣିପାରିବେ  ।

ଆମାଜନର ଗ୍ରେଟ ଇଣ୍ଡିଆନ ସେଲ୍‌ରେ ଉପକରଣ ମଧ୍ୟ ସାମିଲ ରହିବ । ଗ୍ରାହମାନଙ୍କୁ ୧୫ହଜାର ଟଙ୍କା ମଧ୍ୟରେ ଆକର୍ଷଣୀୟ ମୋବାଇଲ ଫୋନ ମିଳିପାରିବ । ଆମାଜାନ ଗ୍ରେଟ ଇଣ୍ଡିଆନ ସେଲ୍‌ରେ ୧୪,୯୯୯ଟଙ୍କାର Xiaomi Mi A3 ଫୋନ୍ ୧୧,୯୯୯ଟଙ୍କାରେ ଉପଲବ୍ଧ ରହିବ। Poco F1 ୨୪,୯୯୯ଟଙ୍କାର ବଦଳରେ ୧୪,୯୯୯, Redmi Y3 ଫୋନ୍ ୧୧,୯୯୯ ଟଙ୍କା ବଦଳରେ ୭,୯୯୯ ଟଙ୍କାରେ ଉପଲବ୍ଧ କରାଯିବ ବୋଲି ସୂଚନା ମିଳୁଛି । ସେହପରି ୨୦,୪୯୦ ଟଙ୍କାର Galaxy M40 ଫୋନ୍ ୧୩,୯୯୯ ଟଙ୍କା ।

ସେଲ୍‌ରେ ମିଳୁଥିବା ଅନ୍ୟ ସ୍ମାଟଫୋନ ମଧ୍ୟରେ ୧୦,୯୯୦ଟଙ୍କାର Vivo U10 ୭,୯୯୦ଟଙ୍କା, ୧୨,୯୯୯ଟଙ୍କାର Realme U1 ଫୋନ ୭,୯୯୯ ଟଙ୍କା, ୧୬,୯୯୦ଟଙ୍କାର Oppo A9 ୧୧,୯୯୦ ଟଙ୍କା , ୧୭,୬୯୯ଟଙ୍କାର ନୋକିଆ ୬.୨ ଫୋନ ୧୨,୪୯୯ ଟଙ୍କା ଓ ୧୫,୯୯୦ଟଙ୍କାର Vivo Y19 ଫୋନ ୧୩,୯୯୦ଟଙ୍କାର ଦର ଉପଲବ୍ଧ ହୋଇପାରେ । ୧୬,୯୯୦ଟଙ୍କାର Oppo A7 ୮,୯୯୦ ଟଙ୍କାରେ ଗ୍ରାହକ ମାନେ କିଣିପାରିବେ । ଏହିପରି ଭାବରେ ଆମାଜାନ ସେଲ୍‌ରେ ବିଭିନ୍ନ ସ୍ମାଟଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ରିହାତି ରହିବ ।

   Related Posts