ଆରମ୍ଭହେଲା Amazon Great Indian Sale 2020, ଆପଣବି ଉଠାନ୍ତୁ ରିହାତିର ଲାଭ
19/01/2020 at 6:25 PM

ଆମାଜନ ଗ୍ରେଟ୍ଇଣ୍ଡିଆ ସେଲ୍ ୨୦୨୦ ପ୍ରାଇମ ମେମ୍ବର୍ସଙ୍କ ଲାଗି ବିକ୍ରି ଆରମ୍ଭ ହୋଇସାରିଛି। ବର୍ଷର ପ୍ରଥମ ବଡ ବିକ୍ରିରେ କମ୍ପାନୀ ଲୋକପ୍ରୀୟ ମୋବାଇଲ ଫୋନ, ଲାପଟପ୍, ଟାବଲେଟ୍, ଟିଭି ଓ ଅନ୍ୟ ଉତ୍ପାଦ ଉପରେ ଚିତାକର୍ଷକ ରିହାତି ପ୍ରଦାନ କରୁଛନ୍ତି। ପ୍ରାଇମ ମେମ୍ବରଙ୍କ ପରେ ମଧ୍ୟରାତ୍ରରୁ ସମସ୍ତଙ୍କ ଲାଗି ଏହି ସେଲ ଉନ୍ମୁକ୍ତ ହେବ। ଯାହା ୪ ଦିନ ଧରି ଚାଲିବ।

SBI କ୍ରେଡିଟ କାର୍ଡରେ କିଣିଲେ ମିଳିବ ୧୦ ପ୍ରତିଶତ ତତ୍କାଳ ରିହାତି
ଏହି ୪ ଦିବସୀୟ ସେଲରେ ଏସବିଆଇ କ୍ରେଡିଟ୍ କାର୍ଡ ଧାରକଙ୍କୁ ତତ୍କାଳ ୧୦ ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା ରଖାଯାଇଛି। ଏହା ଛଡା କେତେକ ସ୍ମାର୍ଟ ଫୋନ ଉପରେ ମଧ୍ୟ ଆମାଜନ ବିଶେଷ ରିହାତି ପ୍ରଦାନ କରୁଛନ୍ତି। ଯେଉଁ ସବୁ ସ୍ମାର୍ଟ ଫୋନରେ ଏହି ରିହାତି ମିଳୁଛି ସେଥିରେ ରେଡ଼ ମି ନୋଟ-୮ ପ୍ରୋ, ଆଇଫୋନ ଏକ୍ସ-ଆର, ୱାନପ୍ଲସ ୭ଟି ଆଦି ଫୋନ ରହିଛି।

ରେଡମି ନୋଟ ୮ ପ୍ରୋ ଲାଗି ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମଆଇ ସୁବିଧା ଉପଲବ୍ଧ ଥିବା ବେଳେ ଆଇଫୋମ ଏକ୍ସ-ଆରରେ ସିଧା ୭ ହଜାର ୫୦ ଟଙ୍କା ରିହାତି ମିଳୁଛି। ଫୋନର ଏମଆରପି ୪୯ ହଜାର ୯୦୦ ଟଙ୍କା ରହିଛି। ତେବେ ସେଲ୍ରେ ଏହାରଦାମ ରହିଛି ୪୨ ହଜାର ୯୦୦ ଟଙ୍କା। ସେହିପରି ୱାନ ପ୍ଲସ ୭ ଟି (୮ ଜିବି ୧୨୮ ଜିବି) ଏମଆରପି ୩୭ ହଜାର ୯୯୯ ଟଙ୍କା ଥିବା ବେଳେ ସେଲ ପ୍ରାଇସ୍ ରହିଛି ୩୪ ହଜାର ୯୯୯ ଟଙ୍କା। ଅର୍ଥାତ କ୍ରେତାଙ୍କୁ ସିଧା ମିଳୁଛି ୭ହଜାର ୫୦ ଟଙ୍କାର ରିହାତି।