Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆସନ୍ତା ୨୦ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଫ୍ଲିପକାର୍ଟ, ଆମାଜନ୍ ଭଳି ଇ-କମର୍ସ ସେବା !

16/04/2020 at 4:49 PM

ନୂଆଦିଲ୍ଲୀ ୧୬।୪: ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ପରି ଅନଲାଇନ୍ ରିଟେଲ୍ କମ୍ପାନୀଗୁଡିକ ଅପ୍ରେଲ ୨୦ ତାରିଖ ପରେ ବ୍ୟବସାୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର ସରକାର ସ୍ପଷ୍ଟ କରିନାହାନ୍ତି ଯେ, ଇ-କମର୍ସ କମ୍ପାନୀଗୁଡିକୁ ସମସ୍ତ ପ୍ରକାରର ସାମଗ୍ରୀର ପରିବହନ ପାଇଁ ଅନୁମତି ଦିଆଯିବ ନା କେବଳ ଜରୁରୀ ସାମଗ୍ରୀ ଯୋଗାଇବାକୁ ଅନୁମତି ଦିଆଯିବ । ଏନେଇ ଦ୍ବନ୍ଦ୍ବ ରହିଥିବାରୁ କମ୍ପାନୀଗୁଡିକ ଗୃହ ମନ୍ତ୍ରଣାଳୟର ସ୍ପଷ୍ଟୀକରଣକୁ ଅପେକ୍ଷା କରିଥିବା କୁହାଯାଉଛି ।

ବୁଧବାର ଗୃହ ମନ୍ତ୍ରଣାଳୟ ଏକ ଗାଇଡ୍ ଲାଇନ୍ ଜାରି କରିଛି । ଏଥିରେ କେତେକ ସେବା ପାଇଁ ସର୍ତ୍ତମୂଳକ ରିହାତି ଦିଆଯାଇଛି । ଫଳରେ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ଜାରି ହୋଇପାରିବ । ତେବେ ଲକ୍ ଡାଉନ୍ କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ଏହି ଗାଇଡ୍ ଲାଇନ୍ ଜାରି ହୋଇଛି । ଗାଇଡ୍ ଲାଇନରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅପ୍ରେଲ ୨୦ରୁ କରୋନା ହଟ୍ ସ୍ପଟ୍ ନଥିବା ଅଞ୍ଚଳରେ ଏଭଳି ସେବା ଆରମ୍ଭ ହୋଇପାରିବ । ଫଳରେ କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଲେଣି ।

ବାଣିଜ୍ୟିକ ଏବଂ ବେସରକାରୀ ସଂସ୍ଥାଗୁଡିକ ବିଷୟରେ ଏକ ସବଡିଭିଜନରେ ମନ୍ତ୍ରଣାଳୟ କହିଛି ଯେ ଇ-କମର୍ସ କମ୍ପାନୀଗୁଡିକୁ ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ । ଇ-କମର୍ସ କମ୍ପାନୀଗୁଡିକର ଗାଡି ଗୁଡିକୁ ଆବଶ୍ୟକୀୟ ଅନୁମତି ସହିତ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହା କୌଣସି ସ୍ଥାନରେ କୁହାଯାଇନାହିଁ ଯେ ଇ-କମର୍ସ କମ୍ପାନୀଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ସେମାନେ ବହି, ଇଲେକ୍ଟ୍ରୋନିକ୍ସ ଇତ୍ୟାଦି ଅନ୍ୟାନ୍ୟ ଜରୁରୀ ଜିନିଷ ଯାହା ନୁହଁ ତାହା ମଧ୍ୟ ଯୋଗାଇ ପାରିବେ କି ନାହିଁ ।

   Related Posts