Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଳୁଛି ଆମାଜନ ଜଙ୍ଗଲ, ପୋଡି ହୋଇ ମଲେଣି ଅନେକ ଦୁର୍ଲଭ ଜୀବ, ସୋସାଲ ମିଡିଆରେ ଭାଇରେଲ ହେଉଛି ଫଟୋ

22/08/2019 at 8:02 PM

ରିଓ ଡି ଜେନରିଓ : ବ୍ରାଜିଲର ଆମାଜନ ଜଙ୍ଗଲ ଏବେ ଜଳୁଛି। ବିଶ୍ୱର ସର୍ବ ବୃହତ୍ତ ରେନ ଫରେଷ୍ଟ ଭାବେ ଜଣାସୁଣା ଏହି ଜଙ୍ଗଲ ତାର ଜୈବ ବିବିଧତା ଲାଗି ବେଶ ପ୍ରସିଦ୍ଧ। ତେବେ ବନାଗ୍ନି ସମଗ୍ର ଜଙ୍ଗଲ ସମ୍ପଦକୁ ଜାଳିପୋଡି ଛାରଖାର କରିସାରିଲାଣି। ଜଙ୍ଗଲରେ ଜୀବଜନ୍ତୁ ପୋଡି ହୋଇ ମରୁଥିବା ବେଳେ ସେମାନଙ୍କ ଅବଶେଷ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ପରିବେଶ ପ୍ରେମୀଙ୍କୁ ବ୍ୟଥୀତ କରିଛି। ଜଙ୍ଗଲ ପୋଡି ଯୋଗୁ ଉଠୁଥିବା ଧୂଆଁ ଏକ ସହରକୁ ଅନ୍ଧକାରରେ ଡୁବାଇ ଦେଇଛି। ଲୋକେ ଧୂଆଁ ଯୋଗୁ ଅଣ ନିଶ୍ୱାସୀ ହୋଇ ପଳାୟନ କରୁଥିବା ବେଳେ ସହର ଜନମାନବ ଶୂନ୍ୟ ହେବାରେ ଲାଗିଛି।

ଜଙ୍ଗଲ ନିଆଁରେ ଅନେକ ପଶୁପକ୍ଷୀ ପୋଡି ହୋଇ ମଲେଣି ଯେଉଁ କେତେକ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ  ଗୁରୁତର ଆହତ ହୋଇଥିବା ଦେଖାଯାଉଛି। ତେବେ ଆମାଜନରେ ନିଆଁ ଲାଗିବା କିଛି ନୂଆ କଥା ନୁହେଁ । ହେଲେ ଚଳିତ ଥର ଲାଗିଥିବା ନିଆଁ ଏବେ ଅଣାୟତ୍ତ ହେଲାଣି। ଅମାଜନକୁ ବିଶ୍ୱର ହୃତପିଣ୍ଡ ବୋଲି କୁହାଯାଏ। ସାରା ବିଶ୍ୱରେ ଯେତିକି ଅମ୍ଳଜାନ ମହଜୁଦ ଅଛି ତାର ୨୦ ପ୍ରତିଶତ କେବଳ ଆମାଜନରୁ ଉତ୍ସର୍ଜିତ ହୋଇଥାଏ। ତେବେ ବନାଗ୍ନୀରେ ସମଗ୍ର ଅଞ୍ଚଳ ଏବେ ରୁନ୍ଧି ହେବାରେ ଲାଗିଛି। 

ଆମାଜନରେ ବିଶ୍ୱର ସର୍ବାଧିକ ବୃକ୍ଷଲତା ମିଳିଥାନ୍ତି। ଏଠାରେ ୧୬ ହଜାରରୁ ବି ଊର୍ଦ୍ଧ୍ୱ ବୃକ୍ଷ ପ୍ରଜାତି ଥିବା ବେଳେ ଏହା ୨୫ଲକ୍ଷରୁ ଅଧିକ ପ୍ରଜାତିର କୀଟଙ୍କର ବାସସ୍ଥଳୀ। ତେବେ ବନାଗ୍ନୀ ସବୁ ଉଜାଡିବାରେ ଲାଗିଛି। ଆମାଜନ ଜଙ୍ଗଲପୋଡିର ଫଟୋ ଏବେ ସମଗ୍ର ବିଶ୍ୱରେ ଭାଇରାଲ ହେବାରେ ଲାଗିଛି। ଲୋକେ ସୋସାଲ ମିଡିଆରେ ଫଟୋ ଅପଲୋଡ କରି ଦୁଃଖ ବ୍ୟକ୍ତ କରୁଛନ୍ତି। ଭାରତ ମଧ୍ୟ ଦୁର୍ବିପାକକୁ ଗୁରୁତ୍ୱର ସହ ଗ୍ରହଣ କରିଛି। ଅନ୍ତରୀକ୍ଷ କେନ୍ଦ୍ରରୁ ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ  ସମ୍ପର୍କରେ ବିଶ୍ୱ ପ୍ରଥମେ ଜାଣିବାକୁ ପାଇଥିଲା। ଏଥିରେ ପୂର୍ବବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ଅଧିକ ଜଙ୍ଗଲ ଜଳିଯାଇଥିବା ଜଣାପଡିଛି। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରାୟ ୭୩ ହଜାର ଥର ଆମାଜନରେ ନିଆଁ ଲାଗିଥିବା ଏକ ସର୍ଭେକ୍ଷଣରେ କୁହାଯାଇଛି। 

   Related Posts