Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଆମାଜନ ଉପରେ ଲାଗିଲା ୯୬୬ କୋଟି ଟଙ୍କାର ଫାଇନ୍ ! ଜାଣନ୍ତୁ କଣ ପାଇଁ ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ ?

9/12/2021 at 4:57 PM

ନୂଆଦିଲ୍ଲୀ ୦୯/୧୨ : ଇଟାଲୀରେ ଲୋକପ୍ରିୟ ଅନଲାଇନ ବ୍ୟବସାୟ କମ୍ପାନୀ ଆମାଜନ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ ଉପରେ ୨.୧୩ ଆରବ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହା ସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯାଇଛି।

ଆମାଜନ ନିଜ ବ୍ୟବସାୟିକ ବଜାରରେ ନିଜର କ୍ଷମତାର ଦୁରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମାଜନ ବ୍ୟବସାୟିକ ନିୟମ ଉଲଙ୍ଘନ କରି ନିଜର ଲୋକପ୍ରିୟତା ବଢ଼ାଇ ଅନ୍ୟ ଇ-କମର୍ସ ବ୍ୟବସାୟରେ କ୍ଷତି ପହଞ୍ଚାଇ ଥିବାରୁ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି। ପ୍ରାଧିକରଣ କହିଛି ଆମାଜନ ଏହି ବ୍ୟାବସାୟିକ ଭୁଲ ପଦକ୍ଷେପ ଅକ୍ଷମଣୀୟ ଥିଲା। ସେଥିପାଇଁ ଆମେ ଏହି କମ୍ପାନୀ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ।

ଏହି ବିଷୟରେ ଆମାଜନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀର ଆଣ୍ଟିଟ୍ରଷ୍ଟ ୱାଚ ଡଗ୍ ଆମାଜନ ଓ ଆପଲ କମ୍ପାନୀ ଉପରେ ୨୨.୫ କୋଟି ଡଲାର (୧,୬୭୬ କୋଟି ଚଙ୍କା) ଜରିମାନା ଲଗାଇଥିଲା। ଆପଲର ବିଟ୍ସ ବ୍ରାଣ୍ଡର ଉତ୍ପାଦ ବିକ୍ରିରେ ମଧ୍ୟ ଇ-କମର୍ସ ନିୟମର ଉଲଙ୍ଘନ କରିଥିଲା।

   Related Posts