Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସାମଗ୍ରୀର ମୂଳ ଦେଶ ଲୁଚାଉଥିଲା ଆମାଜନ, ଲାଗିଲା ଜରିମାନା

26/11/2020 at 12:04 PM

ନୂଆଦିଲ୍ଲୀ ୨୬।୧୧: ବିବାଦରେ ପୁଣି ଆମାଜନ। ଚର୍ଚ୍ଚାରେ ପୁଣି ଇ-କମର୍ସ ଓ୍ୱେବସାଇଟ ଆମାଜନ । ଏଥରେ ଲାଗିଛି ଫାଇନ୍‌ର କଇଁଛି ।  ନିଜ ପ୍ଲାଟଫର୍ମରେ ବିକ୍ରି ହୋଇଥିବା ଉତ୍ପାଦର ଉତ୍ପତି ନେଇ ତଥ୍ୟ ପ୍ରକାଶ ନକରିବାରୁ ଆମାଜନକୁ ଲାଗିଛି ଝଟ୍‌କା । ସରକାର ଆମାଜନ ଉପରେ ୨୫ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।  ସରକାରୀ ଆଦେଶ ମୁତାବିକ, ଆମାଜନକୁ ଜାରି ହୋଇଥିବା ନୋଟିସ୍‌ରେ କୌଣସି ସନ୍ତୋଷଜନକ ଉତ୍ତନ ନେଦାବରୁ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଥମ ଥର ଏଭଳି ଭୁଲ୍‌ ପାଇଁ ଆମାଜନ ଉପରେ ୨୫ହଜାର ଟଙ୍କାର ଜରିମାନା ଲଗାଯାଇଛି ।

ଗତ ମାସରେ, ଉପଭୋକ୍ତା ମନ୍ତ୍ରଣାଳୟ ଫ୍ଲିପକାର୍ଟ-ଆମାଜନ ସମେତ ଅନେକ ଇ-କମର୍ସ କମ୍ପାନୀକୁ ନୋଟିସ୍ ଜାରି କରିଥିଲେ । ଯେଉଁଥିରେ ଉତ୍ପାଦର ଉତ୍ପତ୍ତି  ସ୍ଥଳ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇନଥିଲା। ଏଥିସହ ସମସ୍ତ ଇ-କମର୍ସ କମ୍ପାନୀଗୁଡିକରେ ଆଇନଗତ ମେଟ୍ରୋଲୋଜି ନିୟମ ପାଳନ କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କହିଥିଲେ । ସମସ୍ତ କମ୍ପାନୀ ମନ୍ତ୍ରଣାଳୟକୁ ସେମାନଙ୍କର ଉତ୍ତର ପଠାଇଥିଲେ। କିନ୍ତୁ ମନ୍ତ୍ରଣାଳୟକୁ ଆମାଜନର ଉତ୍ତର ସନ୍ତୋଷଜନକ ମିଳିଲାନାହିଁ । ପ୍ଲିପକାର୍ଟ ଉପରେ କୌଣସି ଦଣ୍ଡବିଧାନ ଗ୍ରହଣ କରାଯାଇନଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

କେନ୍ଦ୍ର ସରକାର ଅଗଷ୍ଟ ୧ ରୁ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କ ଉପରେ ପ୍ରତ୍ୟେକ ଉତ୍ପାଦର ଉତ୍ପତିସ୍ଥଳୀ ଆଇନ ଲାଗୁ କରିଥିଲେ । ଏହା ଅଧୀନରେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ କେଉଁ ଦେଶରେ ସେମାନଙ୍କ ସାମଗ୍ରୀ ବିକ୍ରି ହେଉଛି । ବିକ୍ରି ହେଉଥିବା ଉତ୍ପାଦଗୁଡ଼ିକ ପ୍ରସ୍ତୁତ କରାଯାଉଥିବା ସ୍ଥାନ ବିଷୟରେ ସୂଚନା ଦେବାକୁ ପଡ଼ିଥାଏ ।  ଏହିସବୁ ନିୟମ ପାଳନ କରିବା ପାଇଁ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି କେହି ଏହା ବିରୋଧରେ ଯିବ, ତେବେ ସେମାନଙ୍କୁ ବିରୋଦେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଅନୁଯାୟୀ,  ସ୍ଥାନୀୟ ଉତ୍ପାଦକକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିୟମ କରାଯାଇଛି। ଯେ କେହି ବି ଏହା ବିରୋଧରେ ଯିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହିପ୍ରରିପେକ୍ଷୀରେ ଆମାଜନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ଏହି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସରକାର ।

   Related Posts