Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପୂଜାରେ ବିକ୍ରିର ରେକର୍ଡ ଭାଙ୍ଗିଲା Amazon, ୪୮ ଘଣ୍ଟାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିଛନ୍ତି ବିକ୍ରେତା

18/10/2020 at 7:53 PM

ନୂଆଦିଲ୍ଲୀ ୧୮।୧୦: ସାରା ଦେଶରେ ଏବେ ପୂଜା ଋତୁ। ଦଶହରା ଲାଗି କିଣାକିଣି ଆରମ୍ଭ ହୋଇଯାଇଥିବା ବେଳେ ଆମାଜନର ଚାଲିଛି ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ ’। ଏହି ସେଲ ଆରମ୍ଭର ୪୮ ଘଣ୍ଟାରେ ୧ଲକ୍ଷରୁ ଅଧିକ ସେଲର୍ସଙ୍କୁ ଅର୍ଡର ମିଳିବାରେ ଲାଗିଥିବା ବେଳେ ସେମାନେ ୫ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିଥିବା ଜଣାପଡିଛି। ଯହା ଦେଶରେ ଏ ପର୍ଯ୍ୟନ୍ତ କୌଣସି ବିକ୍ରିର ସମସ୍ତ ରେକର୍ଡ ଭାଙ୍ଗିଛି।

ଆମାଜନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ ସାରା ଦେଶରେ ଶନିବାର ଆରମ୍ଭ ହୋଇଥିଲା। ତେବେ ଏହାର ୨୪ ଘଣ୍ଟା ପୂର୍ବରୁ ଆମାଜନ ତାର ପ୍ରାଇମ ମେମ୍ବର୍ସଙ୍କ ଲାଗି ସେଲ ଆରମ୍ଭ କରିଥିଲେ। ଏଥିରେ ଗ୍ରାହକଙ୍କୁ ପ୍ରତିଟି ସାମଗ୍ରୀ ଲାଗି ବେଶ୍ ରିହାତି ମିଳୁଥିବା ଦେଖାଯାଇଛି। ଆମାଜନ ଇଣ୍ଡିଆ ଭାଇସ ପ୍ରେସିଡେଣ୍ଟ ମନିଷ ତିୱାରୀ କହିଛନ୍ତି ଯେ ଆମାଜନର ଗତ ୭ ବର୍ଷର ଇତିହାସରେ ଏପରି ପ୍ରଥମ ଥର ହୋଇଛି। ମାତ୍ର ୪୮ ଘଣ୍ଟାରେ ଲୋକେ ବିପୁଳ କ୍ରୟ କରିଛନ୍ତି ।

ଏହି ସମୟରେ ୧.୧ ଲକ୍ଷ ବିକ୍ରେତା  ସେମାନଙ୍କ ସାମଗ୍ରୀ ବିକ୍ରି ଲାଗି ଅର୍ଡର ପାଇଛନ୍ତି।  ଏଥିରୁ ୬୬ ପ୍ରତିଶତ ଅର୍ଡର ଦେଶର ଛୋଟ ଛୋଟ ସହରରୁ  ମିଳିଥିବା ବେଳେ ବଡବଡ ସହରରେ କ୍ରେତା ମଧ୍ୟ ମନଭରି ଅନଲାଇନ୍‌ ପୂଜା ସପିଙ୍ଗ କରୁଛନ୍ତି। ଆମାଜନ ପ୍ଲାଟଫର୍ମରେ ୬.୫ଲକ୍ଷ ବିକ୍ରେତା ଅଛନ୍ତି। ସେପଟେ ସେଲରେ ଆମାଜନରେ ନୂଆ କ୍ରେତାଙ୍କ ସଂଖ୍ୟା ମଧ୍ୟ ବଢିଛି। ଏହି ଗ୍ରାକଙ୍କ ମଧ୍ୟରୁ ୯୧ ପ୍ରତିଶତ ଛୋଟ ସହର ଓ ଗ୍ରାମାଞ୍ଚଳର ବୋଲି ଜଣାପଡିଛି।

   Related Posts