Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅକ୍ଟୋବର ୧୭ରୁ ଆମାଜନ ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’, ବଡ଼ ଅଫର ସାଙ୍ଗକୁ ମିଳିବ ଡିସ୍କାଉଣ୍ଟ

6/10/2020 at 5:10 PM

ବେଙ୍ଗାଲୁରୁ ୬।୧୦: ଆମାଜନ ଡଟ୍ ଇନ୍‌ ମଙ୍ଗଳବାର ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ’ ଘୋଷଣା କରିଛନ୍ତି। ଭାରତରେ ୧୭ ଅକ୍ଟୋବର ୨୦୨୦ରୁ  ଏହି ଫେଷ୍ଟିଭ୍ ଇଭେଣ୍ଟ ଆରମ୍ଭ ହେବ ବୋଲି କମ୍ପାନୀ କହିଥିବା ବେଳେ ଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗ୍ରାହକଙ୍କୁ ଅଫର ଓ ବିପୁଳ ରିହାତି ପ୍ରଦାନ କରାଯିବ ବୋଲି ସୂଚିତ କରିଛନ୍ତି।

ପ୍ରାଇମ୍‌ ମେମ୍ବର୍ସଙ୍କୁ ଏହି ସେଲରେ ୧୬ ଅକ୍ଚୋବରରୁ ଅର୍ଲି ଏକ୍ସେସ୍ ମିଳିବ। ଇଭେଣ୍ଟରେ ଚଳିତବର୍ଷ ଗ୍ରାହକଙ୍କୁ ସ୍ମଲ ଏଣ୍ଡ ମିଡିୟମ ବିଜନେସ୍ (ଏସଏମବି) ପ୍ରଡକ୍ଟସର ବିସ୍ତୃତ ବର୍ଗମାଳା ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।  ଯାହାଦ୍ୱାରା କୋଭିଡ କାଳରେ କାରବାର ହରାଇଥିବା ଏସଏମବି ସେକ୍ଟର କିଛିଟା ଉପକୃତ ହୋଇପାରିବେ ବୋଲି ଆମାଜନ ଆଶାବ୍ୟକ୍ତ କରିଛନ୍ତି। ତେବେ ଆସନ୍ତୁ ୭ଟି ପଏଣ୍ଟରେ ଜାଣିବା ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’ର  ବିସ୍ତୃତ ତଥ୍ୟ।

ପ୍ରଥମତଃ ଆମାଜନ ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ସେଲ ସାରା ଦେଶରେ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ। ତେବେ ପ୍ରାଇମ ମେମ୍ବର୍ସ ସବୁ ବର୍ଷଭଳି ଚଳିତବର୍ଷ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ଫାଷ୍ଟ ଆକ୍ସେସ୍ ପାଇବେ। ଦ୍ୱିତୀୟତଃ ଏହି ସେଲରେ ସାଢେ ୬ଲକ୍ଷରୁ ଅଧିକ ସେଲର ଆମାଜନ ଡଟ୍ ଇନରେ ସେମାନଙ୍କ ୪କୋଟିରୁ ଅଧିକ ପ୍ରଡକ୍ଟ ଉପସ୍ଥାପନର ସୁଯୋଗ ପାଇବେ। ଏହାଛଡା ଦେଶର ୧୦୦ଟି ସହରର ୨୦ ହଜାରରୁ ଅଧିକ ସ୍ଥାନୀୟ ଦୋକାନରୁ ଏହି ସବୁ ସାମଗ୍ରୀ କାରବାର ହେବ।

ଚଳିତବର୍ଷ ଗ୍ରାହକ ଶୀର୍ଷ ବ୍ରାଣ୍ଡର ୯ଶହରୁ ଅଧିକ ପ୍ରଡକ୍ଟ ଦେଖିବାକୁ ପାଇବେ। ସେହିପରି ଗ୍ରାହକ ନିଜ ପସନ୍ଦର ୬ଟି ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ତେଲଗୁ, ମାଲାୟଲମ ଓ କନ୍ନଡ ମଧ୍ୟରୁ ଯେ କୌଣସି ଗୋଟିଏ ଭାଷାରେ  କିଣାକିଣି କରିପାରିବେ। ଏଥିରେ ନବରାତ୍ରି, ଦୁର୍ଗାପୂଜା, ବିବାହ ଓ ଧନତେରସ ଲାଗି ଖାସ କଲେକ୍ସନ ଉପଲବ୍ଧ ହେବ।

ଏଚଡିଏଫସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଯୋଗେ କିଣାକିଣି କଲେ ଗ୍ରାହକ ୧୦ ପ୍ରତିଶତ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ସାଙ୍ଗକୁ ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ନୋ କଷ୍ଟ ଇଏମଆଇ ଆଦି ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ। ଏହା ଛଡା ଆମାଜନ ପେ ଗିଫ୍ଟ କାର୍ଡ ଉପଯୋଗ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଡେଲି ସପିଙ୍ଗ ରିୱାର୍ଡ ମଧ୍ୟ ଜିତି ପାରିବେ।

   Related Posts