କୁକିଜ୍‌ ନିୟମ ଉଲ୍ଲଂଘନ କରି ଫସିଲେ ଗୁଗଲ୍‌ ଓ ଆମାଜନ୍‌, ୧୨୧୪ କୋଟି ଟଙ୍କା ଜରିମାନା ଲଗାଇଲେ ସରକାର

Published By : Prameya-News7 Bureau | December 11, 2020 IST

ପ୍ୟାରିସ୍‌ ୧୧/୧୨: ୟୁଜରଙ୍କ ଡାଟା ସୁରକ୍ଷା ନିୟମ ଉଲ୍ଲଂଘନ କରି ଫସିଲେ ଆମାଜନ୍ ଓ ଗୁଗଲ୍‌। ଆମାଜନ୍ ଓ ଗୁଗଲ୍‌ ଭରିବେ ୧୩.୫ କୋଟି ୟରୋ ବା ୧୨୧୪ କୋଟି ଟଙ୍କା। ଆମଜନ ୩୧୪ କୋଟି ଟଙ୍କା ଜରିମାନା ଭରିବାକୁ ଥିବା ବେଳେ ଗୁଗଲ୍‌ ୯୦୦ କୋଟି ଟଙ୍କା ଜରିମାନା ଭରିବ।

ଡାଟା ସୁରକ୍ଷା ଉପରେ ନଜର ରଖୁଥିବା ସଂସ୍ଥା ଫ୍ରାନ୍ସର ସିଏନଆଇଏଲ୍‌ ଆମାଜନ୍‌ ଓ ଗୁଗଲ୍‌ ଉପରେ ଏହି ଜରିମାନା ଲଗାଇଥିବା ଜଣାପଡ଼ିଛି। ତେବେ ଦେଶରେ କୁକିଜ୍‌ ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ଜରିମାନା ଲଗାଇଛି ସିଏନଆଇଏଲ୍‌। ଦୁଇ କମ୍ପାନୀର ଫ୍ରାନ୍ସିସ୍‌ ଓ୍ବେବସାଇଟ୍‌ ଇଣ୍ଟରନେଟ୍‌ ୟୁଜରଙ୍କ ପାଖରୁ ବିଜ୍ଞାପନ ଉଦ୍ଦେଶ୍ୟରେ ବିନା ଅନୁମତିରେ କୁକିଜ୍‌ ପଢ଼ିବାକୁ କହିଥିବା ନେଇ ଜରିମାନା ଲାଗିଛି ବୋଲି ନ୍ୟାସନାଲ୍‌ କମିଶନ ଅନ୍‌ ଇନଫର୍ମେଟିକ୍ସ ଆଣ୍ଡ ଲିବର୍ଟି (ସିଏନଆଇଏଲ୍‌) ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଗୁଗଲ୍‌ ଓ ଆମାଜନ୍‌ ସିଏନଆଇଏଲ୍‌ ନିଷ୍ପତ୍ତି ସହମତି ପ୍ରକାଶ କରିନାହାନ୍ତି। ଗୁଗଲ ପକ୍ଷରୁ କୁହାଯାଇଛି, ଯେଉଁମାନେ ଗୁଗଲ୍‌ ବ୍ୟବହାର କରୁଛନ୍ତି ସେମାନେ ନିଜର ଗୋପନୀୟତାକୁ ନେଇ କମ୍ପାନୀ ଉପରେ ଭରସା କରନ୍ତି। ତେଣୁ ୟୁଜରଙ୍କ ଡାଟା ସୁରକ୍ଷିତ ରହିଛି। ତେଣୁ ସିଏନଆଇଏଲ୍‌ ନେଇଥିବା ନିଷ୍ପତ୍ତି ଦର୍ଶାଉଛି ଦେଶ​‌ରେ ନିୟମ କାନୁନ ଠିକ୍‌ ନାହିଁ ଏବଂ ଲଗାତର ପରିବର୍ତ୍ତନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.