ଭୀମସାରରେ ବରିଷ୍ଠ ଡାକ୍ତରଙ୍କ ଅଦ୍ଭୁଦ କାରନାମା : ବିଭାଗୀୟ ମୁଖ୍ୟଙ୍କ ଚାମ୍ବରରେ ପସିଲେ, କାଗଜପତ୍ରରେ ଢାଲିଲେ ପୋଡା ମୋବିଲ

Published By : Prameya-News7 Bureau | June 24, 2021 IST

ସମ୍ବଲପୁର ୨୪।୬: ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର । ବୁର୍ଲା ଭୀମସାରରେ ବରିଷ୍ଠ ଡାକ୍ତରଙ୍କ ଅଦ୍ଭୁଦ କାରନାମା । ଏଚ୍‌ଓଡିଙ୍କ ଚାମ୍ବରରେ ପସିଲେ, ଦସ୍ତାବିଚରେ ପୋଡା ମୋବିଲ ଢାଲିଲେ । ଘଟଣାଟି ବୁଧବାର ଦିନ ୧୨ଟା ୩୦ମିନିଟ୍ ରେ ଘଟିଥିବାବେଳେ ଗୁରୁବାର ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଦନ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରାଗ ତମତମ ହୋଇ ତାଙ୍କ ବିଭାଗୀୟ ମୁଖ୍ୟଙ୍କ ଚାମ୍ବରରେ ପସିଥିଲେ ।  କେବଳ ସେତିକି ନୁହେଁ ସେହି ସମୟରେ ବିଭାଗୀୟ ମୁଖ୍ୟ କୌଣସି କାମରେ ଡିନ୍ ଅଫିସକୁ ଯାଇଥିବା ବେଳେ ଉକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଜଣଙ୍କ ହାତରେ ଧରିଥିବା ପୋଡା ମୋବିଲ ବିଭାଗୀୟ ମୁଖ୍ୟଙ୍କ ଟେବୁଲ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଉପରେ ଢାଳିଦେଇଥିଲେ । ତେବେ ସମଗ୍ର ଘଟଣାଟି ଦନ୍ତରୋଗ ବିଭାଗ ଆଉଟ୍‌ଡୋରରେ ଘଟିଥିବା ଜଣାପଡିଛି ।  ଏହାପରେ ଏଚ୍‌ଓଡିଙ୍କ ଚ୍ୟାମ୍ବରରେ ଥିବା ଆଟେଣ୍ଡାଣ୍ଟ ଘଟଣାର ପ୍ରଦ୍ୟକ୍ଷଦର୍ଶୀ ରହିଥିବା ବେଳେ ଘଟଣା ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।  

ଅଭିଯୋଗ ପାଇବା ପରେ ଭୀମସାର ନିର୍ଦ୍ଦେଶକ, ଅଧ୍ୟକ୍ଷା, ମେଡିକାଲ ଅଧୀକ୍ଷକ ଘଟଣାସ୍ଥଳ ବୁଲି ଦେଖିଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ମେଡିକାଲ ଅଧୀକ୍ଷକ ଡା. ଲାଲ୍‌ମୋହାନ ନାୟକଙ୍କୁ ପଚାରିବାରୁ ଘଟଣାକୁ ସ୍ବୀକାର କରିବା ସହିତ ଦୋଷୀ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧ୍ୟକ୍ଷାଙ୍କୁ ଚିଠି ଲେଖିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.