ଅଜବ ଚାକିରି: ଘରେ ବସି ଟିଭି ଦେଖିଲେ ମିଳିବ ଟଙ୍କା, କରିବାକୁ ପଡ଼ିବ ନାହିଁ କୌଣସି କାମ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦: ଆପଣଙ୍କୁ ଯଦି କୁହାଯିବ ଘରେ ବସି ଟିଭି ଦେଖନ୍ତୁ ଓ ଦରମା ମିଳିବ। ହୁଏତ ବିଶ୍ବାସ କରିବେ ନାହିଁ। ମାତ୍ର ଏହା ପୂରା ନିରାଟ ସତ କଥା। ଏମିତି ଏକ ଅଫର ଆଣିଛି ଗୋଟିଏ କମ୍ପାନି। ଯେଉଁଥି​‌ରେ ଆପଣଙ୍କୁ କେବଳ ଘରେ ବସି ଟିଭି ଦେଖିବା ବଦଳରେ ଟଙ୍କା ମିଳିବ। ଏ ଚାକିରି ପାଇଁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

କ​‌ରୋନାରେ ଲୋକେ ଚାକିରି ହରାଉଥିବା ​‌ବେଳେ ଲୋକଙ୍କୁ ଏଭଳି କିଛି ଅଫର ଦେଇଛି ବ୍ରିଟେନର ଏକ ଲାଉଞ୍ଜବିୟର ବ୍ରାଣ୍ଡ। କମ୍ପାନି ତା ବ୍ରାଣ୍ଡର ଡ୍ରେସ ପିନ୍ଧି ବସିବା ପାଇଁ ଟଙ୍କା ଦେବ। ଏ ବ୍ରାଣ୍ଡର ହିଁ ଡ୍ରେସ ପିନ୍ଧି ଟିଭି ଦେଖିବାକୁ ହେବ। ତେବେ ଏହା ଏକ ଚାକିରି ଓ ଏ ପାଇଁ କମ୍ପାନି ଦରମା ମଧ୍ୟ ଦେବ।

{"id":342345,"sizeSlug":"large"}

ଲାଉଞ୍ଜବିୟର ବ୍ରାଣ୍ଡର pour Moi ଏହି ବିଶେଷ ଚାକିରି ଆଣିଛି। ଏ କାମ ପାଇଁ ୩୦୦ ୟୁରୋ ଅର୍ଥାତ ୨୫,୮୯୫ ଟଙ୍କା ମିଳିବ। କମ୍ପାନି ଏ ନେଇ ଏକ ବିଜ୍ଞାପନ ମଧ୍ୟ ଦେଇଛି। ମାତ୍ର କମ୍ପାନି କମଫର୍ଟ କ୍ଲଦିଙ୍ଗ ଟେଷ୍ଟ ପ୍ରୋସେସ ଜରିଆାରେ ଏହି ଚାକିରି ଅଫର କରିଛି। ଯେଉଁମାନେ ଏ ପାଇଁ ମନୋନୀତ ହେବେ ସେମାନଙ୍କୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ବ୍ରାଣ୍ଡର ପୋଷାକ ପିନ୍ଧିବାକୁ ହେବ। ଡ୍ରେସ ପିନ୍ଧିବା​‌ ପରେ ଆପଣଙ୍କୁ ଏକ ରିପୋର୍ଟ ଦେବାକୁ ହେବ। ଏ ରିପୋର୍ଟରେ ପୂରା ଦିନରେ କେତେବେଳେ କ’ଣ କଲେ ସେନେଇ ଜଣାଇବାକୁ ହେବ। କହିବାକୁ ଗଲେ ଏହା ମଧ୍ୟ କିଛି କଷ୍ଟକର କାମ ନୁହେଁ।  

{"id":342346,"sizeSlug":"large"}

କମ୍ପାନି ଏହା ପାଇଁ କିଛି ସର୍ତ ରଖିଛି। ଘରେ ସୋଫା କି ବେଡରେ ବସିକି ନଚେତ ଶୋଇକି ଆରାମରେ ନିଜ ପସନ୍ଦ ମୁତାବକ ଟିଭି କାର୍ଯ୍ୟକ୍ରମର ତିନିଟି ଅଧ୍ୟାୟ ଦେଖିବାକୁ ହେବ। ଅନ୍ୟ ଏକ କାମ ହେଉଛି ସୋଫାରେ ବସି କୌଣସି ଏକ ପାନୀୟ ପିଇବାକୁ ହେବ। ଏହା ବାଦ୍ ନିଜ ପାଇଁ ଚା’ କି ହଟ୍ ଡ୍ରିଙ୍କ ପ୍ରସ୍ତୁତ କରିପାରିବେ। ଏହା ସହ ସାମାଜିକ ଗଣମାଧ୍ୟମରେ କନେକ୍ଟ ରହିବା ପାଇଁ ମଧ୍ୟ ସମୟ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.