Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍, ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଡେଟ୍‌ କରିବାକୁ ଇଚ୍ଛା

14/04/2021 at 9:15 PM

ନୂଆଦିଲ୍ଲୀ ୧୪।୦୪: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ରେ ନିଜର ପ୍ରଥମ ମ୍ୟାଚ୍‌ରେ ଦମଦାର ବୋଲିଂ କରିଛନ୍ତି। ଆଇପିଏଲର ୧୪ଶ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୩ ଓ୍ଵିକେଟ୍ ନେଇଛନ୍ତି। ପଦାର୍ପଣ ମ୍ୟାଚ୍‌ରେ ଆକର୍ଷଣୀୟ ବୋଲିଂ କରିବା ପରେ ଏବେ ସକାରିଆଙ୍କ ଇଚ୍ଛା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହିତ ଡେଟ୍‌ରେ ଯିବା।

ରାଜସ୍ଥାନ ରୟାଲ୍ସ ନିଜର ଟ୍ଵିଟର ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଦ୍ରୁତ ବୋଲର ଆକାଶ ସିଂହ ଓ ଚେତନ ସକାରିଆ ନିଜ ନିଜର ଇଣ୍ଟରଭ୍ୟୁ ନେଉଥିବା ଦେଖିବାକୁ ମିଳିଛି। ଆକାଶ ସିଂହ ସକାରିଆଙ୍କୁ ପଚାରିଛନ୍ତି ଯେ, ସେ ବଲିଉଡ୍‌ର କେଉଁ ଅଭିନେତ୍ରୀଙ୍କୁ ଡେଟ୍‌ରେ ନେବାକୁ ଚାହିଁବେ।

ଆକାଶଙ୍କ ଏହି ପ୍ରଶ୍ନର ଉତ୍ତରରେ ସକାରିଆ ଅନନ୍ୟା ପାଣ୍ଡେଙ୍କ ନାଁ ନେଇଥିଲେ। ସେ କହିଛନ୍ତି ଅନନ୍ୟା ବହୁତ ସୁନ୍ଦର। ତାଙ୍କ ସହ କୌଣସି ବିଚ୍‌ରେ କଫିର ମଜା ନେବାକୁ ଚାହିଁବି ବୋଲି ସକାରିଆ କହିଛନ୍ତି।

ଚେତନ ସକାରିଆ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳା ଯାଇଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୪ ଓଭରରେ ୩୧ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ରାଜସ୍ଥାନ ରୟାଲ୍ସ ସକାରିଆଙ୍କୁ ଆଇପିଏଲ୍ ନିଲାମରେ ଏକ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା।

ସୌରାଷ୍ଟ୍ରର ସକାରିଆ ଆଇପିଏଲ୍‌ର ଗତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ନେଟ୍ ବୋଲର ଭାବେ ଥିଲେ। ଚେତନ ୧୫ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳି ୪୧ ଓ୍ଵିକେଟ୍ ନେଇଛନ୍ତି। ୭ ଲିଷ୍ଟ ଏ ମ୍ୟାଚ୍‌ରେ ୧୦ ଓ୍ଵିକେଟ୍ ନେଇଛନ୍ତି। ଏହା ବ୍ୟତୀତ ସକାରିଆ ୧୭ଟି ଟି-୨୦ ମ୍ୟାଚ୍‌ରୁ ୩୧ ଓ୍ଵିକେଟ୍ ନେଇଛନ୍ତି।

   Related Posts