Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଦୁଷ୍ଟି ଶକ୍ତି ବଢାଇବ ୧ ଗ୍ଲାସ୍ ଆପଲ୍ ଜୁସ୍, ମିଳିବ ଆହୁରି ଜବରଦସ୍ତ ଫାଇଦା

23/07/2021 at 11:21 AM

ନୂଆଦିଲ୍ଲୀ ୨୩/୦୭ : ଆପଲ୍ ହେଉଛି ସ୍ୱାସ୍ଥ୍ୟର ଭଣ୍ଡାର । କୁହାଯାଏ ଦିନକୁ ଗୋଟିଏ ଆପଲ ଖାଇବା ଦ୍ୱାରା  ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଯଦି ଆପଣ ଆପଲ୍ ଖାଇବାକୁ ଚାହୁଁନାହାଁନ୍ତି, ତେବେ ଖାଦ୍ୟରେ ଏହାର ଜୁସ୍ ଅନ୍ତର୍ଭୁକ୍ତ କରିପାରିବେ । ଆପଲ୍ ଚୋପା ସହିତ ଏହାର ରସ ପିଇବା ଦ୍ୱାରା ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ରହିନଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ଆପଲ୍ ଜୁସ୍ ପିଇବା ଦ୍ୱାରା କ’ଣ ଉପକାର ହୋଇଥାଏ?

PunjabKesari

କେତେବେଳେ ପିଇବେ ଆପଲ୍ ଜୁସ୍ :

ପ୍ରତିଦିନ ଜଳଖିଆରେ ୧ ଗ୍ଲାସ୍ ଆପଲ୍ ଜୁସ୍ ପିଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ସନ୍ଧ୍ୟାରେ ମଧ୍ୟ ପିଇପାରିବେ ।

ଏହାର ଫାଇଦା :

ଶ୍ୱାସରୋଗରୁ ମୁକ୍ତି ମିଳିଥାଏ :

ଆପଲରେ ଫ୍ଲାଭୋନାଏଡ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆଜମା ରୋଗରୁ ରକ୍ଷା କରିଥାଏ । ଏହା ସହିତ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ଦୂରରେ ରହିଥାଏ ।

କ୍ୟାନ୍ସର ରୋଗରୁ ମୁକ୍ତି ମିଳିଥାଏ :

କ୍ୟାନ୍ସର ଏବଂ ଟ୍ୟୁମରରୁ ରକ୍ଷା କରିବାରେ ଆପଲ୍ ଜୁସ୍ ବହୁତ ଲାଭଦାୟକ ହୋଇଥାଏ । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ଏକ ଗ୍ଲାସ୍ ଜୁସ୍ ପିଇବା ଦ୍ୱାରା ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା କମିଯାଏ।

PunjabKesari

ହୃଦୟକୁ ସୁସ୍ଥ ରଖିଥାଏ :

ଆଣ୍ଟି-ଅକ୍ସିଡାଣ୍ଟ, ପଲିଫେନୋଲ୍ ଏବଂ ଫ୍ଲାଭୋନାଏଡ୍, ମିନେରାଲ୍ସ, ପୋଟାସିୟମରେ ଭରପୂର ଆପଲ୍ ଜୁସ୍ ହୃଦୟକୁ ସୁସ୍ଥ ରଖିଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ :

ଦୈନିକ ୧ ଗ୍ଲାସ୍ ଆପଲ୍ ରସ ପିଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ସହିତ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।

PunjabKesari

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :

ଦୈନିକ ୧ ଗ୍ଲାସ୍ ଆପଲ୍ ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଯାହା କରୋନା ଅବଧିରେ ଅଧିକ ଆବଶ୍ୟକ । ଏହା ଶରୀରକୁ ଅନେକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ ।

ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ :

ଆପଲ୍ ରସରେ ଭିଟାମିନ୍ ଏ ଥାଏ, ଯାହା ଦୃଷ୍ଟିଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଏହା ସହିତ, ଆପଣ ଡ୍ରାଏ ଆଇଜ୍ ସିଣ୍ଡ୍ରୋମ ଏବଂ ମୋତିଆବିନ୍ଦୁ ଭଳି ରୋଗରୁ ଦୂରେଇ ରହିବେ ।

   Related Posts