Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୟସ ୧୦ ହେଲେ ଜ୍ଞାନ ପ୍ରଚୁର: ୧୫ ମିନିଟ୍‌ରେ ବିଶ୍ବର ସମସ୍ତ ଦେଶ ଏବଂ କରେନ୍ସି ସମ୍ପର୍କରେ କହି ରଚିଲେ ରେକର୍ଡ

7/05/2021 at 5:33 PM

ଜୟପୁର ୭/୫: ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ, ଆପଣ କେତୋଟି ଦେଶର ନାଁ ଏବଂ ମୂଦ୍ରା ସମ୍ପର୍କରେ ଜାଣିଛନ୍ତି। ତେବେ ଉତ୍ତରରେ ଅତିବେଶୀରେ ୫,୧୦ କିମ୍ବା ୧୫ ବୋଲି କହିପାରନ୍ତି । କିନ୍ତୁ ଥରେ ଚିନ୍ତା କଲେ ୧୦ ବର୍ଷର ଛୋଟ ଝିଅ ବିଶ୍ବର ୧୯୬ ଦେଶର ନାଁ ଏବଂ ସେଠାକାର ମୂଦ୍ରା କଣ ତାହା ନିର୍ଭୁଲ ଭାବେ କହିପାରୁଛନ୍ତି। ଆଜି ସାରା ଦେଶ କହୁଛି ସାବାସ୍‌ ସାରା !

୧୦ ବର୍ଷର ଝିଅ ସାରା ଛିପା। ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ସାରା ଏବେ ନିଜ ପରିବାର ସହ ଦୁବାଇରେ ରହୁଛନ୍ତି। ବଭିନ୍ନ କ୍ଷେତ୍ରରେ ପାରଙ୍ଗମ ସାରା । ନିକଟରେ ଫେସବୁକ, ୟୁଟ୍ୟୁବ୍‌ ଏବଂ ଲିଙ୍କଡଇନ୍‌ରେ ଏକ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା।  ପ୍ରତିଯୋଗୀତାର ଆୟୋଜକ ଓମାଇଜି ପକ୍ଷରୁ ସମସ୍ତ ପ୍ରଶ୍ନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ସମୟ ପୂର୍ବରୁ ସାରା ସମସ୍ତ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ଏଭଳି ପ୍ରତିଯୋଗୀତାରେ ବିଶ୍ବ ରେକର୍ଡ ରଚିବାରେ ସାରା ପ୍ରଥମ ବାଳିକା ହୋଇଛନ୍ତି। ଯେଉଁଥିରେ ଦେଶର କରେନ୍ସିକୁ ସାମିଲ କରାଯାଇଥିଲା।

ବ୍ରେନ୍‌ ରାଇମ୍‌ କଗ୍ନିଟିଭ୍‌ ସଲ୍ୟୁସନ୍‌ର ପ୍ରତିଷ୍ଠାତା ସୁଶାନ୍ତ ମୈସୁରକରଙ୍କ ସଂସ୍ପର୍ଶରେ ଆସିଥିଲେ ସାରା। ପରେ ପରେ ତାଙ୍କର ମନେରଖିବାର କୌଶଳ ବୃଦ୍ଧି ପାଇଥିଲା। ପ୍ରଥମେ ଦେଶଗୁଡ଼ିକ ନାଁ ମନେ ରଖିବା ଏବଂ କହିବା ପାଇଁ ଦେଢ଼ ଘଣ୍ଟା ସମୟ ଲାଗୁଥିଲା। ପରେ କେବଳ ୧୫ ମିନିଟରେ ସାରା ସମସ୍ତ ଦେଶର ନାଁ କହିପାରୁଥିଲେ।

ସାରା ବହୁତ ଭଲ କ୍ରିକେଟ ମଧ୍ୟ ଖେଳନ୍ତି। ଏମ ଏସ ଧୋନୀ ଏବଂ ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି। ଏହା ବ୍ୟତୀତ ସେ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି। ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ସାରା ଡ୍ୟାନ୍ସ କରିଥିଲେ। ‘ସାଇନ୍‌ ଓ୍ବିଥ ସାରା’ ନାମରେ ତାଙ୍କର ଏକ ୟ୍ୟୁଟ୍ୟୁବ୍‌ ଚ୍ୟାନେଲ ଅଛି। ଏଥିରେ କୌଣସି ଏକ ରାଜ୍ୟକୁ ବାଛିବା ପରେ ତା ସମ୍ପର୍କରେ ବିସ୍ତୃତ୍ବ ବିବରଣୀ ଦିଅନ୍ତି ସାରା ଛିପା।      

   Related Posts