ଆଜିଠାରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ

Published By : Prameya-News7 Bureau | June 28, 2018 IST

ଆଜିଠାରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ । ଏଥିପାଇଁ ପଞ୍ଜୀକୃତ ହୋଇଛନ୍ତି ୨ଲକ୍ଷ ୧୨ହଜାର ଯାତ୍ରୀ । କଡା ନିରାପତ୍ତା ମଧ୍ୟରେ ଜମ୍ମୁର ଭଗୱନ୍ତ ନଗରସ୍ଥିତ ବେସ କ୍ୟାମ୍ପରୁ ପ୍ରଥମ ପର୍ଯାୟରେ କିଛି ଶ୍ରଦ୍ଧାଳୁ କାଶ୍ମୀର ସ୍ଥିତ କ୍ୟାମ୍ପରେ ପହଞ୍ଚିଛନ୍ତି । ଏହି ଶ୍ରଦ୍ଧାଳୁମାନେ କାଶ୍ମୀର ସ୍ଥିତ କ୍ୟାମ୍ପରୁ ୩୮୮୦ ମିଟର ଉଚ୍ଚରେ ଥିବା ଗୁମ୍ଫାକୁ ଚାଲା ଚାଲି ଯିବେ । ଅଗଷ୍ଟ ୨୬ତାରିଖ ଯାଏ ଅମରନାଥ ଯାତ୍ରା ଚାଲିବ । ଏଥର ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କୀ ହମଲା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରିଛନ୍ତି । ଯାତ୍ରା ସମୟରେ ଗାଡି ଗୁଡିକ ଉପରେ ନଜର ରଖିବା ଲାଗି ଟ୍ରାକିଂ ଚିପ୍ ଲଗାଯିବ । ଏହାଛଡା ଡ୍ରୋନ୍ ମାଧ୍ୟମରେ ରାଜପଥ ଉପରେ ନଜର ରଖାଯିବ । ସିଆରପିଏଫ୍ ର ସ୍ବତନ୍ତ୍ର ମୋଟରସାଇକେଲ୍ ସ୍କାଡ୍ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅନୁଧ୍ୟାନ କରିବ । ଏହାଛଡା ଏନ୍ଏସ୍ଜି କମାଣ୍ଡୋମାନେ ମଧ୍ୟ ଯାତ୍ରୀଙ୍କ ନିରାପତ୍ତା ଦାୟିତ୍ବରେ ନିୟୋଜିତ ରହିବେ। ସୁରକ୍ଷା ପାଇଁ ପୁଲିସ, ଅର୍ଦ୍ଧସାମରିକ ସାମରିକ ବାହିନୀ ଏବଂ ସେନାର ୪୦ହଜାର ଯବାନଙ୍କୁ ମୁତୟନ କରାଯାଇଛି । ଟେଲିଫୋନ କନଭେକ୍ଚିଭିଟି ପାଇଁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଅପ୍ଟିକାଲ୍ ଫାଇଭର କେବଲ୍ ବିଛାଇଛି ବିଏସ୍ଏନ୍ଏଲ୍ । ସେପଟେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଡିନ୍ ଏକ ଭିଡିଓ ଜାରି କରି କହିଛି ସେମାନେ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.