ଅଧୁରା ରହିଲା ବାବା ବରଫାନିଙ୍କ ଦର୍ଶନ, ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା
21/07/2020 at 7:38 PM

ନୂଆଦିଲ୍ଲୀ ୨୧।୦୭: ମହାମାରୀ କରୋନା କାରଣରୁ ଚଳିତ ବର୍ଷ ହେବାକୁ ଥିବା ଅମରନାଥ ଯାତ୍ରା ରଦ୍ଦ କରାଯାଇଛି। ଅମରନାଥ ଶ୍ରାଇନ୍ ବୋର୍ଡ ପକ୍ଷରୁ ଏହାର ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହାର ସୂଚନା ଜାମ୍ମୁ-କାଶ୍ମୀର ରାଜଭବନକୁ ଦିଆଯାଇଛି। ଅମରନାଥ ଶ୍ରାଇନ୍ ବୋର୍ଡ ସାଂପ୍ରତିକ ସ୍ଥିତିକୁ ଦେଖି ଚଳିତ ବର୍ଷ ଅମରନାଥ ଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି।
ରାଜଭବନ ଅନୁଯାୟୀ ସାଂପ୍ରତିକ ସ୍ଥିତି ଆଧାରରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ଅମରନାଥ ଯାତ୍ରା ୨୦୨୦ ରଦ୍ଦ କରିଛି। ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଶ୍ରାଇନ୍ ବୋର୍ଡ ସକାଳ ଏବଂ ସନ୍ଧ୍ୟାରେ ଆରତୀର ସିଧା ପ୍ରସାରଣ ଜାରି ରଖିବ।
To keep the religious sentiments alive, Board shall continue live telecast/virtual darshan of morning & evening aarti. The traditional rituals shall be carried out as per past practice. Chhadi Mubarak shall be facilitated by the Govt: Raj Bhavan, Government of Jammu & Kashmir https://t.co/Y55JwOLgxN
— ANI (@ANI) July 21, 2020
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅମରନାଥ ଯାତ୍ରା ଜୁନ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା। ମାତ୍ର ବର୍ତ୍ତମାନ ଯାତ୍ରା ରଦ୍ଦ କରିବାକୁ ଔପଚାରିକ ଭାବେ ଘୋଷଣା କରାଯାଇଛି। ଏହା ପୂର୍ବରୁ ଯାତ୍ରା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଥିଲା।
ଅମରନାଥ ଶ୍ରାଇନ ବୋର୍ଡର ସଭାପତି ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ବୋର୍ଡର ୩୯ତମ ବୈଠକର ସଭାପତିତ୍ଵ କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଆୟୋଜନ ହୋଇଥିଲା। ଶ୍ରାଇନ ବୋର୍ଡ କହିଛି ଆମେ ଭକ୍ତର ଭାବନକୁ ବେଶ୍ ଭଲ ଭାବେ ଜାଣିଛୁ ଏବଂ ସେମାନଙ୍କୁ ସମ୍ମାନ କରୁଛୁ। ସେଥିପାଇଁ ବୋର୍ଡ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ଆରତୀର ସିଧା ପ୍ରସାରଣ ଜାରି ରଖିବ। ଏହା ବ୍ୟତୀତ ପାରମ୍ପରିକ ଅନୁଷ୍ଠାନକୁ ମଧ୍ୟ ପୂର୍ବପରି ଜାରି ରଖିବ।