ଜୁଲାଇ ୨୧ରୁ ଅଗଷ୍ଟ ୩ ଅମରନାଥ ଯାତ୍ରା : କରୋନା ଟେଷ୍ଟ୍ ବାଧ୍ୟତାମୂଳକ,ଆଳତୀର ହେବ ଲାଇଭ ଟେଲିକାଷ୍ଟ୍

Published By : Prameya-News7 Bureau | June 06, 2020 IST

ଜାମ୍ମୁ ୬/୬: ଜାମ୍ମୁ-କାଶ୍ମୀରରେ ଏବର୍ଷ ଅମରନାଥ ଯାତ୍ରା ଜୁଲାଇ ୨୧ତାରିଖଠାରୁ ଆରମ୍ଭ ହୋଇ ଅଗଷ୍ଟ ୩ତାରିଖ ଯାଏଁ ଚାଲିବ। ଏହା ୧୫ଦିନର ଅବଧିର ହେବ। ଏ ବିଷୟରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସମୁଦ୍ର ତଳଠୁ ୩,୮୮୦ ମିଟର ଉପର ସ୍ଥିତ ଗୁମ୍ଫା ମନ୍ଦିରରେ  ଥିବା ଅମରନାଥଜୀ ଶ୍ରାଇନ୍ ବୋର୍ଡ଼ର ଅଧିକାରୀ କହିଛନ୍ତି।

ଯାତ୍ରା ପାଇଁ ‘ପ୍ରଥମ ପୂଜା’ ଶୁକ୍ରବାର ଆୟୋଜିତ କରାଯାଇଥିଲା। କରୋନା ଭାଇରସ୍ ମହାମାରୀ ଯୋଗୁଁ ଏଥର ଯାତ୍ରାର ଅବଧି ହ୍ରାସ କରାଯାଇଛି। ସାଧୁଙ୍କୁ ଛାଡ଼ି ଅନ୍ୟ ତୀର୍ଥଯାତ୍ରୀଙ୍କ ମଧ୍ୟରେ ୫୫ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ହିଁ ଅନୁମତି ଦିଆଯିବ। ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ପାଖରେ କୋଭିଡ ନେଗେଟିଭ ପ୍ରମାଣପତ୍ର ହେବା ଉଚିତ୍।

ତୀର୍ଥଯାତ୍ରୀଙ୍କୁ ଜାମ୍ମୁ-କାଶ୍ମୀରରେ ଯାତ୍ରା କରିବାର ଅନୁମତି ଦେବା ପୂର୍ବରୁ ତାଙ୍କୁ ଭାଇରସ୍ ପାଇଁ କ୍ରସ୍-ଚେକ୍ କରାଯିବ। ସାଧୁଙ୍କୁ ଛାଡ଼ି ସମସ୍ତ ତୀର୍ଥଯାତ୍ରୀଙ୍କୁ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିବ। ଏହା ମଧ୍ୟ ଧାର୍ଯ୍ୟ କରାଯାଇଛି ଯେ ୧୫ଦିନରେ ସକାଳେ ଏବଂ ସନ୍ଧ୍ୟାରେ ଗୁମ୍ଫା ମନ୍ଦିରରେ କରାଯାଉଥିବା ଆଳତୀ ଦେଶବ୍ୟାପି ଭକ୍ତଙ୍କ ପାଇଁ ସିଧା ପ୍ରସାରଣ କରାଯିବ।

ସ୍ଥାନୀୟ ଶ୍ରମିକଙ୍କ ଅନୁପସ୍ଥିତି ଏବଂ ବେସ୍ କ୍ୟାମ୍ପରୁ ଗୁମ୍ଫା ମନ୍ଦିରର ଟ୍ରାକ୍ ବଜାୟ ରଖିବାରେ ସମସ୍ୟା ଯୋଗୁଁ ୨୦୨୦ଯାତ୍ରା ପାଇଁ ଗାନ୍ଦରବଲ ଜିଲ୍ଲାରେ ବାଲଟାଲ ବେସ୍ କ୍ୟାମ୍ପରୁ ଗୁମ୍ଫା ଯାଏଁ ପହଞ୍ଚିବା ପାଇଁ ହେଲିକପ୍ଟରର ଉପଯୋଗ କରାଯିବ।

ଏହି ଯାତ୍ରା କେବଳ ଉତ୍ତର କାଶ୍ମୀର ବାଲଟାଲ ମାର୍ଗରୁ ହୋଇ ଆରମ୍ଭ ହେବ। ଏବର୍ଷ କୌଣସି ତୀର୍ଥଯାତ୍ରୀଙ୍କୁ ପହଲଗ୍ରାମ ମାର୍ଗ ମାଧ୍ୟମ ଦେଇ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.