ପଞ୍ଜାବ କଂଗ୍ରେସ କନ୍ଦଳର ଦ ଏଣ୍ଡ : ଅଲଗା ଦଳ ଗଢିବେନି କ୍ୟାପଟେନ୍, ଦଳରେ ସିଦ୍ଧୁଙ୍କୁ ଦିଆଯିବ ଉଚିତ୍ କ୍ଷମତା

Published By : Prameya-News7 Bureau | June 22, 2021 IST

ପଞ୍ଜାବ ୨୨/୬ : ସବୁ ବାଦ ବିବାଦର ହେଲା ଅନ୍ତ । କଂଗ୍ରେସରେ ଥମିଲା କ୍ୟାପଟେନ୍-ସିଦ୍ଧୁ ଓ୍ୱାର୍ । ଅଲଗା ଦଳ ଗଢିବେନି କି କଂଗ୍ରେସ ଛାଡିବେନି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ମଙ୍ଗଳବାର ଦଳର ତିନିଜଣିଆ କମିଟି ସମ୍ମୁଖରେ ହାଜର ହୋଇ ନବଜୋତ ସିଂହ ସିଦ୍ଧୁଙ୍କ ସହ ଚାଲିଥିବା ବିବାଦ ଉପରେ ସେ ନିଜର ମତ ଉପସ୍ଥାପନ କରିଛନ୍ତି।

ଏହି କଥାବାର୍ତ୍ତା ପରେ ନବଜୋତ ସିଂହ ସିଦ୍ଧୁଙ୍କୁ ଦଳରେ ତଥା ସରକାରରେ ଉପଯୁକ୍ତ ଦାୟିତ୍ଵ ଦେବାକୁ ଅମରିନ୍ଦର ସିଂହ ରାଜି ହୋଇଥିଲେ । ଏହାସହ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିବେ ବୋଲି ବି ସେ ପ୍ରତିଶୃତି ଦେଇଥିଲେ । ଏହା ପରେ ଅମରିନ୍ଦରଙ୍କ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କ୍ୟାପଟେନ ଅମରିନ୍ଦର ସିଂହ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ତଥା ପଞ୍ଜାବ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସେମାନଙ୍କ ଭୂମିକାକୁ ନେଇ କିଛି ମତଭେଦ ରହିଛି । କ୍ୟାପଟେନ ଅମରିନ୍ଦର ସିଂହ ଦଳର କେନ୍ଦ୍ରୀୟ ନେତାଙ୍କ ସହ ହାଇକମାଣ୍ଡଙ୍କୁ ଭେଟି ତାଙ୍କ ମତ ରଖିବେ । ସେ ଆଶା ପ୍ରକଟ କରିଛନ୍ତି ଯେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ଶୀଘ୍ର ସମାଧାନ ହେବ । ଯାହା ଦ୍ୱାରା ସମସ୍ତ ନେତା ନିର୍ବାଚନରେ ​​ନିଜସ୍ୱ ଭୂମିକା ତୁଲାଇଥିବା ବେଳେ ଦଳର ବିଜୟ ନିଶ୍ଚିତ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.