Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସିଦ୍ଧୁ ହୋଇପାରନ୍ତି କଂଗ୍ରେସର ଅସଲ କ୍ୟାପଟେନ୍, ଆଜି ଘୋଷଣା ସମ୍ଭାବନା

18/07/2021 at 9:14 AM

ନୂଆଦିଲ୍ଲୀ ୧୮/୭ : ପଞ୍ଜାବ କଂଗ୍ରେସର କିଏ ହେବ ପ୍ରକୃତ କ୍ୟାପଟେନ୍ ବା କିଏ ଧରିବ ମଙ୍ଗ ସେନେଇ ଲାଗିରହିଛି କଳ୍ପନା ଜଳ୍ପନା । ଆଜି ଏନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି । ତେବେ କଂଗ୍ରେସ ହାଇକମାଣ୍ଡଙ୍କ ସିଦ୍ଧୁଙ୍କ ନାଁରେ ମୋହର ମାରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ପୂର୍ବରୁ ସିଦ୍ଧୁଙ୍କୁ ନାଁରେ ମୋହର ବାଜିଥିଲେ ସୁଦ୍ଧା କିନ୍ତୁ ଅମରିନ୍ଦର ସିଂଙ୍କ ଅସନ୍ତୋଷ ହେତୁ ସରକାରୀ ଘୋଷଣା ବନ୍ଦ ହୋଇନି ।

ଗତକାଲି ଅମରିନ୍ଦର ସିଂଙ୍କ ସହ ହରିଶ ରାୱତଙ୍କ ସାକ୍ଷାତ ପରେ ଏନେଇ ଔପଚାରିକ ଘୋଷଣା ହେବା ବାକି ଅଛି । ସୂଚନାନୁସାରେ, ଆଜି ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଏବଂ ଆଉ ଜଣେ କାର୍ଯ୍ୟକାରୀ ସଭାପତି ନେଇ ଘୋଷଣା ହୋଇପାରେ । ପଞ୍ଜାବରେ ଜଣେ ଡେପୁଟି ସିଏମ୍ ପଦ ମଧ୍ୟ ଏହି ପ୍ରସ୍ତାବରେ ଥିଲା କିନ୍ତୁ ଏହା ହୋଇପାରେ କିମ୍ବା ନହୋଇପାରେ । ଅର୍ଥାତ୍ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ସେପଟେ ଅମରିନ୍ଦର ସିଂ ଚାହୁଁ ନଥିଲେ ଯେ ସିଦ୍ଧୁ ରାଜ୍ୟ ସଭାପତି ହୁଅନ୍ତୁ । କିନ୍ତୁ ବୈଠକ ପରେ ହରିଶ ରାୱତ ଦାବି କରିଛନ୍ତି ଯେ କ୍ୟାପଟେନ୍ ଦିଲ୍ଲୀକୁ ଦେଇଥିବା ପୁରୁଣା ପ୍ରତିଶ୍ରୁତି ପାଳନ କରନ୍ତୁ । ହରିଶ ରାୱତଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ସୋନିଆ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତେ ଗ୍ରହଣ କରିବେ । ବର୍ତ୍ତମାନ ଏକମାତ୍ର ଘୋଷଣା ହେଉଛି ସରକାରୀ ଘୋଷଣା । ଯାହା ସହିତ ଖୁବ ଶୀଘ୍ର କଂଗ୍ରେସ ଏକ ନୂତନ ରାଜ୍ୟ ସଭାପତି ପାଇବ ।

   Related Posts