ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍‌

Published By : Prameya-News7 Bureau | September 18, 2021 IST

ଚଣ୍ଡିଗଡ ୧୮/୦୯ : ଇସ୍ତଫା ଦେ​‌ଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ବହୁ ବାଦ ବିବାଦ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଚୌକି ଛାଡିଛନ୍ତି କ୍ୟାପଟେନ୍‌ ଅମରିନ୍ଦର । ପଞ୍ଜାବ କଂଗ୍ରେସରେ କ୍ୟାପଟେନ୍‌ ଅମରିନ୍ଦରଙ୍କୁ ନେଇ ଲାଗିରହିଥିବା ବିବାଦ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି । ଦୀର୍ଘଦିନ ଧରି ଦଳର ନେତା ଏବଂ ହାଇ କମାଣ୍ଡଙ୍କ ସହିତ ଅମରିନ୍ଦର ସିଂହଙ୍କ ବିବାଦ ଲାଗିରହିଥିଲା । ଏବେ କିନ୍ତୁ ଏଥିରେ ଲାଗିଛି ବିରାମ ।

କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସହିତ ସମେତ ପଞ୍ଜାବର ସମସ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ପ୍ରଥମ ପ୍ରତିକ୍ରିୟାରେ ଅମରିନ୍ଦର କହିଛନ୍ତି, ‘ସକାଳେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଇସ୍ତଫା ଦେବା କଥା କହିଥିଲି । ଗତ ୨/୩ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ଅଣନିଶ୍ବାସୀ ହୋଇଯାଇଥିଲି । ୨ମାସରେ ୩ ଥର ଦଳୀୟ ବୈଠକ କରାଯାଉଥିଲେ ସୁଦ୍ଧା ମୋତେ ଗୁରୁତ୍ବ ଦିଆଯାଉନଥିଲା । ଦଳରେ ଅଣଦେଖା କରାଯାଉଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ । ୫୨ ବର୍ଷର ରାଜନୀତିରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ମୋର ସାଥୀ ଶୁଭେଚ୍ଛୁ ଏବଂ ନେତାଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି ।’

ଅମରିନ୍ଦର କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି କିନ୍ତୁ କଂଗ୍ରେସରେ ରହିଛି । ଆଗାମୀ ଦିନରେ ମୋର ନେତାଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନେବି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.