ଚାକିରିରୁ ବହିଷ୍କାର ପ୍ରତିବାଦରେ ଆମରଣ ଅନଶନ, ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ

Published By : Prameya-News7 Bureau | February 12, 2020 IST

ସୋନପୁର ୧୨।୦୨: ସୋନପୁର ଜିଲ୍ଲା ବୀରମହାରାଜପୁର ଆଇ.ସି.ଡି.ଏସ କାର୍ଯ୍ୟାଳୟ ଆଗରେ ବହିଷ୍କାର ଅଙ୍ଗନୱାଡି କର୍ମୀଙ୍କୁ ଆମରଣ ଅନଶନ । ବୀରମହାରାଜପୁର ବ୍ଲକ ମେଣ୍ଡାମାଲ ଗାଁର ଅଙ୍ଗନୱାଡି କେନ୍ଦ୍ର-୩ର ଅଙ୍ଗନୱାଡି କର୍ମୀ ରଞ୍ଚିତା ଭୋଇନାଙ୍କୁ ଚାକିରିରୁ ବହିଷ୍କାର ପ୍ରତିବାଦରେ ଆମରନ ଅନଶନ।

୨୦୧୨ ମସିହାଠାରୁ ମେଣ୍ଡାମାଲ ଗାଁର ଅଙ୍ଗନୱାଡି କେନ୍ଦ୍ର -୩ ର ଅଙ୍ଗନୱାଡି କର୍ମୀ ଭାବରେ କାମ କରିଆସୁଥିଲେ  । ୬ ବର୍ଷ କାମ କରିବାପରେ ତାଙ୍କୁ ହଠାତ୍‌ ତାଙ୍କ କାର୍ଯ୍ୟରୁ ବହିଷ୍କାର କରିଦିଆଯାଇଛି  । ବହିଷ୍କାର ବେଆଇନ ବୋଲି ଅଭିଯୋଗ କରି ତାଙ୍କୁ ପୁନଃ ଚାକିରି ଦେବା ପାଇଁ ଦାବି କରିଆସୁଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ନ ଶୁଣିବାରୁ ସେ ବାଧ୍ୟ ହୋଇ ଆମରଣ ଅନଶନରେ ବସିଛନ୍ତି  । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି  ଅଙ୍ଗନୱାଡି କର୍ମୀ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.