ଗୃହ ମୁଲତବୀ ନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ କଂଗ୍ରେସ ପାଖରେ ଏଇ କିଛି ପ୍ରସଙ୍ଗ ନାହିଁ କି ?

Published By : Prameya-News7 Bureau | July 01, 2019 IST

ଭୁବନେଶ୍ୱର ୧/୭ : ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ । ବାଚସ୍ପତି କଂଗ୍ରେସର ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । କୃଷି ଓ କୃଷକ ସମସ୍ୟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । ମୁଲତବୀ ପ୍ରସ୍ତାବ ନରଖିବାକୁ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଓ ନାରାବାଜି କରିଥିଲେ ଫଳରେ ବାଚସ୍ପତି ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, କେଉଁ ସମୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାର ନିର୍ଦ୍ଧିଷ୍ଟ ସମୟ ରହିଛି । ଶୂନ୍ୟକାଳରେ ମଧ୍ୟ ଏକଥା ସେମାନେ ଉଠାଇ ପାରିଥାନ୍ତେ । କିନ୍ତୁ ସେଭଳି ନକରି ପ୍ରଶ୍ନକାଳ ମଝିରେ ମୁଲତବୀ ପ୍ରସ୍ତାବ ରଖିଥିଲେ । ପ୍ରଶ୍ନକାଳକୁ ବନ୍ଦ କରିବା ଠିକ୍ ନୁହେଁ । ମୁଲତବୀ ପ୍ରସ୍ତାବକୁ ତର୍ଜମା କରି ବାଚସ୍ପତି ଗ୍ରହଣ କରିଥାନ୍ତି । ତେଣୁ ସେସବୁକୁ ଅପେକ୍ଷା ନକରି କଂଗ୍ରେସ ଏତେ ବିବ୍ରତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅମର । କଂଗ୍ରେସ ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ କି ବୋଲି ଆକ୍ଷେପ କରି କରିଛନ୍ତି ଅମର ଶତପଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.