ସାରୁଅ ଜମି ସମ୍ବନ୍ଧିତ କ୍ଷତିଗ୍ରସ୍ତଙ୍କ ଦୁଃଖ ଓ ଅଭିଯୋଗ ଶୁଣିବା ପରେ ସାଂସଦ ଦେଲେ ଭରସା, 'ମୁଁ ଆପଣମାନଙ୍କ ସହ ରହିବି, ନ୍ୟାୟ ପାଇଁ ଦରକାର ପଡିଲେ ସୁପ୍ରିମକୋର୍ଟ ଯିବି'

Published By : Prameya-News7 Bureau | November 03, 2020 IST

ଖୋର୍ଦ୍ଧା, ୦୩/୧୧:  ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗିରଫ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ୨ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଭୁବନେଶ୍ବର ଡିଷ୍ଟ୍ରିକ୍ଟ ଜଜକୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ମନୋରଞ୍ଜନଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଆଉ ଜଣେ କର୍ମଚାରୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ପଚରାଉଚରା ଜାରି ରଖିଛନ୍ତି ତଦନ୍ତକାରୀ ଅଧିକାରୀ ।

ଉଭୟ ମନୋରଞ୍ଜନ  ଷଡ଼ଙ୍ଗୀ ଏବଂ ଶିବପ୍ରସାଦଙ୍କୁ ସାମ୍ନାସାମ୍ନି ବସାଇ ଜେରା କ୍ରାଇମବ୍ରାଞ୍ଚ ଅଧିକାରୀ ଜେରା କରିଥିବା ଜଣାପଡ଼ିଛି । ତେବେ ଉଭୟଙ୍କ ଠାରୁ ଜମି ଜାଲିଆତି ସମ୍ପର୍କୀତ ଅନେକ ତଥ୍ୟ ମିଳିଥିବା କୁହାଯାଉଛି ।  ସେପଟେ ସାରୁଅରେ ଓଟିଭିର ତରଙ୍ଗ ଷ୍ଟୁଡିଓ ସାମ୍ନାରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ବି ଜାରି ରହିଛି । ପ୍ରଭାବିତମାନେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି ।

wp:html /wp:html

ତେବେ ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦୀନବନ୍ଧୁ ମଲ୍ଲିକ, ହାଲୁରୀ ପାହାଡସିଂ,ସନାତନ ପାହାଡସିଂ ଓ ପ୍ରଭାତ କୁମାର ମଲ୍କିକ ତାଙ୍କୁ ଭେଟିଛନ୍ତି । ଅର୍ଥନାତିକ ଅପରାଧ ଶାଖା ଯେଉଁ ମାମଲା କରିଛି ସେଥିରେ ପ୍ରଭାବିତଙ୍କ କଥା କେହି ଶୁଣୁନାହାଁନ୍ତି । ଏପରିକି କୋର୍ଟ ତରଫରୁ ନୋଟିସ ମଧ୍ୟ ଆସିନି । ସେମାନେ ଓଡିଶା ଇନଫ୍ରାଟେକ ବିରୋଧରେ ଲଢେଇ କରିବାକୁ  ଚାହୁଁଛନ୍ତି । ନିଜ ନିଜର କଥାକୁ କୋର୍ଟରେ ଉପସ୍ଥାପନା କରିବାକୁ ଚାହୁଁଛନ୍ତି । ତାଙ୍କ ଅଭିଯୋଗ ଭିତ୍ତିରେ ସମସ୍ତ ସହଯୋଗ କରାଯିବ ବୋଲି ପ୍ରଭାବିତଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ନେଇ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାସହ ସେମାନେ କିପରି ଜମି ଫେରି ପାଇବେ ସେନେଇ ସାଂସଦ ନିଜେ ପ୍ରଭାବିତଙ୍କ ସହ ଲଢେଇରେ ସାମିଲ ହେବେ । ଏପରିକି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ । ଆହୁରି ମଧ୍ୟ ବିନା ଅର୍ଥରେ ସେ ପ୍ରଭାବିତଙ୍କ ପାଇଁ ଲଢିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.