ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ।

Published By : Prameya-News7 Bureau | August 29, 2018 IST

ଭୁବନେଶ୍ଵର;୨୯/୦୮-ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି । ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଭାବେ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରିନ୍ସିପାଲ ଏଜି ଭାବେ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରିଛନ୍ତି ଅମର । ଓଡ଼ିଶାରେ ଏଜି ଥିବା ବେଳେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରି ସେ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ଆହୁରି ୯ ବର୍ଷର ଚାକିରି କାଳ ଥିଲେ ବି ସେ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ମିଶିଛନ୍ତି । ବିଜେଡିର ଅମରଙ୍କ ମିଶ୍ରଣ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଏହା ଦଳକୁ ଅଧିକ ସୁଦୃଢ କରିବ । ଅନ୍ୟପକ୍ଷରେ, ଅମର କହିଛନ୍ତି ଓଡ଼ିଶାର ଉନ୍ନତି ଲାଗି ନବୀନ ହିଁ ସବୁଠାରୁ ଯୋଗ୍ୟ ନେତା ହୋଇଥିବାରୁ ସେ ବିଜେଡିରେ ଯୋଗ ଦେଇଛନ୍ତି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.