ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି

Published By : Prameya-News7 Bureau | May 07, 2021 IST

ଭଦ୍ରକ, ୦୭।୦୫:  ଭଦ୍ରକ ଜିଲ୍ଲାରେ ଗୋଟିଏ ଦିନରେ ଲମ୍ବା ଡିଆଁ ମାରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ନୂଆ ୩୮୧ ସଂକ୍ରମିତ । ତଥାପି ଅମାନିଆଙ୍କ ର ବ୍ରେକ୍ ନାହିଁ । ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ବ୍ଳକିଙ୍ଗକୁ ମଧ୍ୟ ଏଡାଇଯାଉଛନ୍ତି ଅମାନିଆ । ବିଭିନ୍ନ ବାହାନାରେ ସହର ସାରା ପଇଁତରା ମାରୁଛନ୍ତି । ବେଳେ ବେଳେ ପୋଲିସ ହାବୁଡ଼ରେ ପଡି ଜରିମାନା ମଧ୍ୟ ଦେଉଛନ୍ତି ।

ଭଦ୍ରକ ଜିଲ୍ଲାରେ ୧୪ ଦିନିଆ ଲକଡାଉନ ଲାଗୁ ହୋଇସାରିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଅତ୍ୟାବଶ୍ୟକୀୟ ସେବା ଛଡା ସବୁ ବନ୍ଦ ରହିଛି । ଭଦ୍ରକ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକଣା ବଳବତ୍ତର ରହିଛି । ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । ବନ୍ତ ଛକ, ବାଇପାସ, ଅରଡିଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକରେ ବ୍ୟାରିକେଡ କରାଯାଇଛି ।

ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ସହର ଭିତରକୁ ବାଇକର ପ୍ରବେଶ ଉପରେ କଟକଣା ରହିଛି । କେବଳ ଚାଲି ଚାଲି ବଜାର ଯିବା ପାଇଁ ଅନୁମତି ଦେଇଛି ପ୍ରଶାସନ । ତଥାପି ପୋଲିସ ଚେକିଂ ସତ୍ତ୍ୱେ ଲୋକେ ବିଭିନ୍ନ ବାହାନାରେ ବଜାରରେ ବୁଲିବା ବେଳେ ଧରା ପଡି ତଣ୍ଡ ଗଣୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.