ମା'ଙ୍କୁ ଝୁରୁଛନ୍ତି ଅମନ: ଶେଷ ସମୟରେ ବି ହୋଇପାରିନଥିଲା ଦେଖା, ବଖାଣିଲେ ମନର ଦୁଃଖ

Published By : Prameya-News7 Bureau | April 27, 2021 IST

ମୁମ୍ବାଇ ୨୭/୪: କରୋନା କବଳରେ ବଡ ବଡ ସେଲିବ୍ରିଟି । କିଏ କାହାର ପରିଜନଙ୍କୁ ହରାଉଛି ତ କିଏ ସାଙ୍ଗସାଥୀଙ୍କୁ ହରାଉଛି । ଏପରିକି କିଛି ବଛା ବଛା ଲୋକଙ୍କ ଜୀବନ ନେଲାଣି ମହାମାରୀ । ଜୀବନ ଯିବା ସହ ଅନେକ ବେସାହାର ବି ହେଲେଣି ଏହି ଭାଇରସ ପାଇଁ । ଏଇ ନିକଟରେ ‘କ୍ୟୁକି ସାସ୍‌ ଭି କଭି ବୋହୂ ଥି’ର ଫେମ୍ ଅଭିନେତା ଅମନ ବର୍ମା ବି ନିଜ ମାଆଙ୍କୁ ହରାଇଛନ୍ତି ।

ମାଆ ପୁଅଙ୍କ ସମ୍ପର୍କରେ ପାଚେରୀ ହୋଇ ଛିଡାହୋଇଥିଲା କରୋନା । ଅମନ ନିଜେ ମାଆଙ୍କୁ ହରାଇବାର ଦୁଃଖ କେତେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅମନ କହିଛନ୍ତି ଯେ, ରୋଗ ଆରମ୍ଭରୁ ଶେଷ ସମୟ ଯାଏଁ ସେ ନିଜ ମାଆଙ୍କୁ ଦେଖିପାରିନଥିଲେ । ପାଖାପାଖା ୧ ମାସ ଧରି ମାଆ, ପୁଅଙ୍କ ସାକ୍ଷାତ ହୋଇପାରିନଥିଲା । ମାଆଙ୍କୁ ଚିକିତ୍ସା ତଥା ସଂକ୍ରମଣ ନବ୍ୟାପିବା ପାଇଁ ସେହି ଭୟରେ ସେ ମାଆଙ୍କଠାରୁ ଦୂରେଇ ରହୁଥିଲେ । କିନ୍ତୁ ତାଙ୍କର ଏହି ଦୂରତା ତାଙ୍କ ନିଜ ପାଇଁ ଏତେ ମହଙ୍ଗା ପଡ଼ିଯିବ ସେ ସ୍ୱପ୍ନରେ କେବେ ଭାବିନଥିଲେ । ଏମିତି କି ମାଆଙ୍କ ଶେଷ ସମୟରେ ମଧ୍ୟ ତାଙ୍କ ପାଖରେ ରହିପାରିଲିନି । ସେ କହିଛନ୍ତି ଯେ, ମୁଁ ହସ୍ପିଟାଲରେ ପହଞ୍ଚିବାର ୧୨ ମିନିଟ ପୂର୍ବରୁ ମାଆ ଆରପାରିକୁ ଚାଲି ଯାଇସାରିଥିଲା ।

wp:html
/wp:html

ଅମନ ବର୍ମାଙ୍କ ମାଆ ଏପ୍ରେଲ ୧୧ ତାରିଖରେ ଘରେ ଖସିପଡିଥିଲେ । ଦୁଇ ଦିନ ପରେ ତାଙ୍କୁ ନୋଏଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଅମନ କହିଛନ୍ତି ଯେ କରୋନା ବ୍ୟତୀତ ତାଙ୍କ ମାଙ୍କର ଉଚ୍ଚ ରକ୍ତଚାପ ଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା । ଏମିତିକି ମା’ଙ୍କ ଶରୀରରେ ଅମ୍ଳଜାନ ସ୍ତର ମଧ୍ୟ ଖସି ଆସିଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.