୨୭ ବର୍ଷ ବୟସ୍କ କର୍ମୀଙ୍କୁ ତୃତୀୟ ବିବାହ କଲେ ୪୫ ବର୍ଷ ବୟସ୍କ ବିଜେପି ନେତା

Published By : Prameya-News7 Bureau | June 23, 2019 IST

ଅହମଦାବାଦ ୨୩/୬ : ଗୁଜରାଟର ୪୫ ବର୍ଷ ବୟସ୍କ ବିଜେପି ନେତା ତୃତୀୟ ବିବାହ କରିଛନ୍ତି । ଏହି ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ବିଜେପି ନେତା ଶଙ୍କରଭାଇ ଅମଲିୟାର ଦାହୋଦ ଜିଲ୍ଲା ବିଜେପି ଅଧ୍ୟକ୍ଷ । ସେ ନିକଟରେ ଦାହୋଦ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷଙ୍କୁ ବିବାହ କରିଛନ୍ତି । ଶଙ୍କରଭାଇଙ୍କ ପ୍ରଥମ ବିବାହ ଫତେପୁରା ରମେଶ କଟାରାଙ୍କ ଭଉଣୀଙ୍କ ସହ ହୋଇଥିଲା । ତାଙ୍କର ୪ଟି ପୁଅଝିଅ ।

ଶଙ୍କରଭାଇଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ୨୦୧୦ ମସିହାରେ ହୋଇଥିଲା । ୨୦୧୧ ମସିହାରେ ଶଙ୍କରଭାଇ ଜଲୋଡେର ଜ୍ୟୋସ୍ନାବେନଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । ଘରୋଇ କଳହ ଯୋଗୁଁ ସେ ଦ୍ୱିତୀୟ ପତ୍ନୀ ଠାରୁ ଅଲଗା ହୋଇଯାଇଥିଲେ ।

ଏହାପରେ ଜୁନ ୨୦ ତାରିଖରେ ଶଙ୍କରଭାଇ ନିଜ ଠାରୁ ୧୮ ବର୍ଷ ସାନ ଜଲ୍ପାବେନଙ୍କୁ ବିବାହ କରିଛନ୍ତି । ଜଲ୍ପାବେନ ଦଳର କାର୍ଯ୍ୟକର୍ତ୍ତା । ଗତ କିଛି ବର୍ଷ ହେଲା ସେ ରାଜନୀତିରେ ସକ୍ରିୟ ଅଛନ୍ତି । ବର୍ତ୍ତମାନ ସେ ଦାହୋଦ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.