ନ୍ୟୁଡ୍ ସିନ କରିବା ସମୟରେ ସେଟ୍‌ରେ୧୫ ଜଣ ଅମଲା ପଲଙ୍କୁ ଚାହିଁ ରହିଥିଲେ

Published By : Prameya-News7 Bureau | July 10, 2019 IST

ଟଲିଉଡ ଅଭିନେତ୍ରୀ ଅମଲା ପଲ୍‌ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ଏବେ କିଛି ଦିନ ତଳେ ତାଙ୍କ ଫିଲ୍ମ “ଅଦାଇ”ର ଟିଜର ରିଲିଜ ହୋଇଛି। ଏହି ଟିଜର ଦେଖିବା ପରେ ଦର୍ଶକଙ୍କର ଉଭୟ ଭଲ ଓ ଖରାପ ପ୍ରତିକ୍ରିୟା ଆସିଛି। ଏହି ଫିଲ୍ମରେ ଅମଲା ଏକ ନ୍ୟୁଡ ସିନ କରିଛନ୍ତି। ଏହି ସିନ ବିଷୟରେ ବେଶ ଚର୍ଚ୍ଚା ହେଉଛି। ଏହି ସିନ୍‌ ନେଇ ଅମଲା ଏକ ବଡ ଖୁଲାସା କରିଛନ୍ତି।

{"id":132211}

ଫିଲ୍ମରେ ସେ ଜଣେ ଏମିତି ଝିଅ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଥରେ ରାତିରେ ନିଶାସକ୍ତ ଅବସ୍ଥାରେ ହଜିଯାଏ। ତେବେ ଏହି ସିନ୍‌ ନେଇ ଅମଲା ଏକ ସାକ୍ଷାତକାରରେ ନିଜ ଅନୁଭୂତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ସିନ ନେଇ ସେ ବହୁତ ନଭର୍ସ ଥିଲେ। ସେଟ୍‌ରେ ଏହି ସିନ୍‌ ନେଇ କେଉଁ ପରିବେଶ ସୃଷ୍ଟି ହେବ ସେ ନେଇ ମଧ୍ୟ ଅମଲା ବହୁତ ଚିନ୍ତିତ ଥିଲେ। ସେଟ୍‌ରେ କିଏ କିଏ ଉପସ୍ଥିତ ଥିବେ ଓ ସେଟ୍‌ରେ ସୁରକ୍ଷାର ବ୍ୟବସ୍ଥା ହୋଇଥିବ କି ନାହିଁ। ଏହି ସିନ୍‌ର ଶୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କ ମନରେ ଏହିଭଳି ପ୍ରଶ୍ନ ଆସିଥିଲା । ଏହି ସବୁ କଥା ଭାବି ସେ ବହୁତ ବ୍ୟସ୍ତ ହୋଇପଡିଥିଲେ।  

{"id":132212}

ଅମଲାଙ୍କୁ ଚିନ୍ତିତ ଦେଖି ନିର୍ଦ୍ଦେଶକ ରତନା କୁମାର କହିଥିଲେ ଯେ, ନ୍ୟୁଡ ସିନ୍‌ ସମୟରେ ଅମଲା ଏକ ସ୍ପେଶାଲ କଷ୍ଟ୍ୟୁମ ପିନ୍ଧିବେ। କିନ୍ତୁ ଅମଲା ନିର୍ଦ୍ଦେଶକଙ୍କୁ କୌଣସି ବିଶେଷ କଷ୍ଟ୍ୟୁମ ପିନ୍ଧିବା ନେଇ ମନା କରିଥିଲେ। ୨୭ ବର୍ଷ ବୟସ୍କ ଅଭିନେତ୍ରୀ ଅମଲା କହିଛନ୍ତି ଯେ, ଯେତେବେଳେ ସେ ନ୍ୟୁଡ୍‌ ସିନ କରୁଥିଲେ ସେତେବେଳେ ସେଟ୍‌ରେ ପାଖାପାଖି ୧୫ ଜଣ ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ଯଦି ସେଟ୍‌ରେ ଥିବା ଲୋକ ଓ କ୍ରୁ ମେମ୍ବର୍ସ ଭଲ ହୋଇନଥାନ୍ତେ ତାହେଲେ ସେ କେବେ ଏହି ସିନ୍‌ ଭଲ ଭାବେ କରିପାରିନଥାନ୍ତେ।

{"id":132213}

ଏହି ଭୂମିକାରେ ଅଭିନୟ କରିବା ପଛର କାହାଣୀ ଅମଲା ପ୍ରକାଶ କରିଥିଲେ। ଏହା ପୂର୍ବରୁ ସେ ଦୁଷ୍କର୍ମ ପୀଡିତା, ମୁଖ୍ୟ ଅଭିନେତ୍ରୀ, ଭଉଣୀ, ମାର ଅଭିନୟ କରି ଥକି ଯାଇଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ବିଷୟରେ ଭାବିଥିଲେ। ହେଲେ ଫିଲ୍ମ ଅଦାଇ ପାଇଁ ତାଙ୍କୁ ପ୍ରସ୍ତାବ ମିଳିବା ପରେ ସେ ଖୁସି ଥିଲେ । କାରଣ ଏହି ଫିଲ୍ମର କାହାଣୀ  ଟିକେ ଅଲଗା ଥିଲା। ଏହି ନୂଆ ଭୂମିକାରେ ଅଭିନୟ କରିବା ପାଇଁ ସେ ବେଶ ଉତ୍ସାହିତ ଥିଲେ। ସ୍କ୍ରିପ୍ଟ ପଢି ସେ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ଫିଲ୍ମ ୩ଟି ଭାଷାରେ ମୁକ୍ତିଲାଭ କରିବ। ତାମିଲ, ହିନ୍ଦି ଓ ଇଂରାଜୀ ଭାଷାରେ ଏହି ଫିଲ୍ମ ରିଲିଜ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.