Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପ୍ରାଇଭେସିକୁ ସୁରକ୍ଷିତ ରଖିବା ଲାଗି ଚାହୁଁଥିଲେ ହ୍ବାଟ୍ସଅପରେ କରନ୍ତୁ ଏହି ସେଟିଂ, ସ୍ମାର୍ଟ ଫୋନ ବି ହେବ ନାହିଁ ହ୍ୟାଙ୍ଗ…

27/09/2019 at 7:38 PM

ନୂଆଦିଲ୍ଲୀ୨୭|୯: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ମାତ୍ରାରେ ଚାଲିଛି। ସେଥିମଧ୍ୟରୁ ହ୍ବାଟ୍ସଅଫର ବ୍ୟବହାର ଅଧିକ ମାତ୍ରାରେ ଚାଲିଛି। ସବୁ ବର୍ଗର ଲୋକ ହ୍ବାଟ୍ସଅଫ୍‌ର ବ୍ୟବହାର କରିଥାନ୍ତି। ପରସ୍ପର ସହ ଯୋଗାଯୋଗ ପାଇଁ ହ୍ବାଟ୍ସଅପ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବେଳେ ବେଳେ ହ୍ବାଟସ୍ଅପ୍‌ରରେ ଆସୁଥିବା ଫଟୋ ଓ ମେସେଜ ସ୍ମାର୍ଟ ଫୋନର ଷ୍ଟୋରେଜରେ ଫୁଲ  ହୋଇଯାଇଥାଏ। ଯାହାଫଳରେ ସ୍ମାର୍ଟଫୋନ ହ୍ୟାଙ୍ଗ ମଧ୍ୟ ହୋଇଥାଏ। ସ୍ମାର୍ଟ ଫୋନରେ ଥିବା ହ୍ବାଟ୍‌ସଅପ କାମ କରି ନଥାଏ। ଏଥିଲାଗି ହ୍ବାଟ୍‌ସଅପ୍‌ ସେଟିଂରେ କିଛି ବଦଳାଇବା ଲାଗି ପଡ଼ିଥାଏ। କିପରି ହ୍ବାଟସ୍‌ଅପ୍‌ ସେଟିଂ ବଦଳାଇବା ଜାଣନ୍ତୁ…

ପ୍ରଥମେ ହ୍ବାଟସ୍‌ଅପ୍‌କୁ ଓପନ କରି ଥ୍ରୀ ଡଟ୍‌ ଉପରେ କ୍ଲିକ୍ କରନ୍ତୁ। ଥ୍ରୀ ଡ୍‌ଟ ଉପରେ କ୍ଲିକ୍ କରିବା ପରେ ସେଟିଙ୍ଗ୍ସ ଉପରେ ଟ୍ୟାପ୍ କରନ୍ତୁ। ପୁଣି ଚାଟ୍‌ସ ଉପରେ କ୍ଲିକ୍‌ କରି ମିଡ଼ିଆ ଭିଜିବିଲିଟି ଉପରେ ଟ୍ୟାପ କରନ୍ତୁ। ଏହାପରେ ସାଙ୍ଗସାଥୀ ପଠାଉଥିବା ଭିଡିଓ  ଓ ଫଟୋ ଆପଣ ନ ଚାହିଁଲେ ଡାଉନଲୋଡ ହେବ ନାହିଁ। ନିଜ ସଂପର୍କୀୟ ପଠାଇଥିବା ଫଟୋ ଓ ଭିଡିଓ ଦେଖିବା ଲାଗି ହେଲେ ସେଗୁଡିକ ଡାଉନ ଲୋଡ କରିବା ଲାଗି ପଡିବ। ଏହାଭଳି ସେଟିଂ କରିବା ଦ୍ବାରା ଆପଣଙ୍କ  ସ୍ମାର୍ଟ ଫୋନର ଷ୍ଟୋରେଜ ଫୁଲ ହେବ ନାହିଁ।

ହ୍ବାଟସଅପ୍‌ରେ ଯଦି କେବଳ ଜଣେ ୟୁଜର୍ସଙ୍କ ପାଇଁ ସେଟିଂ କରିବକୁ ଚାହୁଁଥିଲେ ସେଟିଂକୁ ଯାଇ ଡିଜେବୁଲ୍‌ଡ କରିପାରିବେ। ଆପଣ ଯେଉଁ ଚାଟଗୁଡିକକୁ ମିଡିଆ ଭିଜିବିଲିଟି ଅଫ୍‌ ପାଇଁ ଚାହୁଁଥିବେ ତାହା ଉପରକୁ ଯାଅନ୍ତୁ। ଏହାର ଉପର ଡାହାଣ ପାଖରେ ଦିଆଯାଇଥିବା ତିନି ଡଟ୍‌ସ ଉପରେ ଟ୍ୟାପ କରନ୍ତୁ। ତା ପରେ ଭ୍ୟୁ କଣ୍ଟାକ୍ଟ ଓ ମିଡ଼ିଆ ଭିଜିବିଲିଟି ଉପରେ ଟ୍ୟାପ କରନ୍ତୁ। ଏହା ପରେ ଆପଣ ସ୍କ୍ରୀନ ଉପରେ, Show newly downloaded media from this chat in your phone’s gallery ଆସିବ। ସେଥିରେ ଦିଆଯାଇଥିବା ଅପ୍ସନ No  ଉପରେ କ୍ଲିକ କରି ଦିଅନ୍ତୁ। ହ୍ବାଟସଅପରେ ଏହି ସେଟିଂ କରିବା ଦ୍ବାରା ସ୍ମାର୍ଟ ଫୋନ ହ୍ୟାଙ୍ଗ ହୋଇନଥାଏ।

   Related Posts