ମେଡିସିନ୍ କିଣିବା ସମୟରେ ଷ୍ଟ୍ରିପ୍ ଉପରେ ଥିବା ‘ଲାଲ୍ ଗାର ଓ Rx’ ପ୍ରତି ଧ୍ୟାନ ଦିଅନ୍ତୁ, ଜାଣନ୍ତୁ ପୂରା ସୂଚନା
20/10/2019 at 1:36 PM

ନୂଆଦିଲ୍ଲୀ୨୦|୧୦: ସାଧାରଣତଃ ଅଧିକାଂଶ ଲୋକମାନେ ଥଣ୍ଡା,ଜ୍ବର ଓ ମୁଣ୍ଡ ପିନ୍ଧା ହେଲେ ମେଡିସିନ୍ ଷ୍ଟୋରରୁ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍ ବ୍ୟବହାର କରିଥାନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍ ବ୍ୟବହାର କରିବା ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ(Ministry of Health and Welfare Department of India) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି କରାଯାଇଛି। ମେଡିସିନ୍ କିଣିବା ସମୟରେ ମେଡିସିନ୍ ଷ୍ଟ୍ରିପ୍ ଉପରେ ଲାଲ୍ ରଙ୍ଗର ଗାର ଥିଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିସିନ ବ୍ୟବହାର କରନ୍ତୁ ନାହିଁ ବୋଲି ସୂଚନା ଜାରି ହୋଇଛି।
ମେଡିସିନ୍ ଷ୍ଟ୍ରିପ୍ ଉପରେ ଥିବା ଲାଲ୍ ଗାରର ଅର୍ଥ ହେଉଛି ମେଡିସିନ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରନ୍ତୁ ନାହିଁ । ଏହି ମେଡିସିନ୍କୁ ଡାକ୍ତରଙ୍କ ବିନା ପ୍ରେସ୍କ୍ରିପ୍ସନରେ ଔଷଧ ଦୋକାନୀ ବିକ୍ରି କରି ପାରିବେ ନାହିଁ ଏବଂ ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦେଇ ପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଣ୍ଟିାବାୟୋଟିକ୍ ଔଷଧର ଭୁଲ ବ୍ୟବହାର ନକରିବା ପାଇଁ ମେଡିସିନ୍ ଷ୍ଟିପ୍ ଉପରେ ଲାଲ ରଙ୍ଗର ଗାର ଟଣା ଯାଇଥାଏ। ଲାଲ ଗାର ଦର୍ଶାଇ ଥାଏ ଯେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିସିନ୍ ବ୍ୟବହାର କରନ୍ତୁ ନାହିଁ।
ଅଧିକାଂଶ ସମୟରେ ମେଡିସିନ୍ କିଣିବା ବେଳେ ଲକ୍ଷ୍ୟ କରିଥିବେ ମେଡିସିନ୍ ଷ୍ଟ୍ରିପ୍ରେ Rx ଲେଖା ଥାଏ। Rx ର ଅର୍ଥ ବିନା ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ବ୍ୟବହାର କରନ୍ତୁ ନାହିଁ। ଏହିଭଳି ମେଡିସିନ୍ ବିକ୍ରି କରିବା ନେଇ ସରକାରଙ୍କ ପକ୍ଷରୁ ପୂର୍ବରୁ କଟକଣା ଜାରି ହୋଇଥିଲା। ମେଡିକାଲ ଷ୍ଟୋର ଓ ବାହାର ଔଷଧ ଦୋକାନୀ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବିକ୍ରି କରିବା ଉଚିତ୍ ନୁହେଁ ବୋଲି ସୂଚନା ଦିଆଯାଇଛି।