ଚାରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ପ୍ରିନ୍ସିପାଲ ଓ ୪ ଶିକ୍ଷକଙ୍କ ଜଘନ୍ୟ କାରନାମା, ଭିଡିଓ କଲେ ଶିକ୍ଷୟତ୍ରୀ

Published By : Prameya-News7 Bureau | December 08, 2021 IST

ଅଲୱାର ୦୮।୧୨ : ରାଜସ୍ଥାନର ଅଲୱାର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ସ୍କୁଲରେ ୪ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗରେ ୯ ଜଣେ ଶିକ୍ଷକ ଏବଂ ପ୍ରିନ୍ସପାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଛାତ୍ରୀଙ୍କ ମଧ୍ୟରୁ ଜଣକର ବାପା ତାଙ୍କ ଝିଅକୁ କାହିଁକି ସ୍କୁଲ ଯାଉନ ବୋଲି ପଚାରିବାରୁ ଏହି ଘଟଣା ବିଷୟରେ ସାମ୍ନାକୁ ଆସିଥିଲା।  ଛାତ୍ରୀ ଜଣକ ଏହାକୁ ନେଇ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀଙ୍କୁ ବର୍ଷେ ହେବ ପ୍ରିନ୍ସପାଲଙ୍କ ସହ ୩ ଜଣ ଶିକ୍ଷକ ଗଣଦୁର୍ଷ୍କ କରି ଆସୁଥିଲେ।

ଏହି ଘଟଣାରେ ଦୁଇ ଶିକ୍ଷୟିତ୍ରୀ ମଧ୍ୟ ଭିଡିଓ ସୁଟ୍‌ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ମଢଣ ପୋଲିସ୍‌ ଷ୍ଟେସନରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ମୁକେଶ ଯାଦବ ଘଟଣାକୁ କେନ୍ଦ୍ର କହିଛନ୍ତି ଯେ, ମାମଲାକୁ ନେଇ ୩ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି। ତଦନ୍ତ ବେଳେ କ୍ଲାସ  ୩, କ୍ଲାସ ୪ ଏବଂ କ୍ଲାସ ୬ର ଜଣେ ଛାତ୍ରୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ମଧ୍ୟ ଚାଲିଛି ବୋଲି ସେ କହିଛନ୍ତି। ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ତଦନ୍ତ ବେଳେ ଜଣାପଡିଥିଲା ଯେ ଛାତ୍ରୀଙ୍କ ଜଣଙ୍କ ୧୦ମ କ୍ଲାସରେ ପଢୁଥିବାର ଜଣାପଡ଼ିଛି । ଛାତ୍ରୀ ଜଣକ ଆହୁରି କହିଛନ୍ତି ଯେ, ଶିକ୍ଷୟିତ୍ରୀ ଜଣକ ୩ ଜଣ ଶିକ୍ଷକଙ୍କ ପାଖକୁ ନେଇକି ଯାଆନ୍ତି। ସେଠାରେ ଶିକ୍ଷକମାନେ ମଦ ପିଇ ନିସାଶସ୍ତ ଅବସ୍ଥାରେ ଥାଆନ୍ତି। ଏହା ପରେ ଖରାପ କାମ କରନ୍ତି ।  ଆଉ ଯଦି ଏ ବିଷୟରେ କାହାକୁ କୁହନ୍ତି ତାହାଲେ ତାକୁ ଫେଲ୍‌ କରାଯିବ ସହ ଭିଡିଓ ଭାଇରାଲ୍‌ ହେବାର ଧମକ ଦେଉଥିଲେ । ଘଟଣା ସମ୍ପର୍କରେ ଜଣେ ଛାତ୍ରୀଙ୍କ ବାପା ଯେତେବେଳେ ସ୍କଲକୁ ଅଭିଯୋଗ କରିବାକୁ ଯାଇଥିଲେ ସେଠାରେ ଜଣେ ଶିକ୍ଷକ ତାଙ୍କୁ ଧମକ ଦେଇଥିଲେ ।

ପ୍ରଧାନ ଶିକ୍ଷକଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜଣେ ପୀଡ଼ିତା କହିଛନ୍ତି ଯେ, ଶିକ୍ଷକଙ୍କ କଳାକାରନାମା ନେଇ ସେମାନେ ସ୍କୁଲ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ ଏହି ମାମଲାକୁ ଚପାଇ ଦେଇଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ସ୍କୁଲ ଫି ଓ ବହିପତ୍ର ଯୋଗେଇ ଦେବାକୁ ଲୋଭ ମଧ୍ୟ ଦେଖାଯାଇଥିଲା। ଆଉ କହିଥିଲେ ଯଦି ଏହି ଘଟଣା ସମ୍ପର୍କରେ ବାହାରେ କାହାକୁ କହିଲେ ସେମାନଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ । ହେଲେ ଅଭିଯୋଗ କରିବା ପରେ ବର୍ତ୍ତମାନ ଏହାକୁ ସ୍କୁଲ୍‌ ଷ୍ଟାଫ୍‌ମାନେ ଅସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.