ଅଲଓ୍ବର ଗଣଦୁଷ୍କର୍ମ ପୀଡ଼ିତା ହେବେ ପୋଲିସ୍ କନଷ୍ଟେବଲ୍

Published By : Prameya-News7 Bureau | May 19, 2019 IST

ଜୟପୁର ୧୯/୫: ଅଲଓ୍ବରର ଥାନାଗାଜୀ ଗଣଦୁଷ୍କର୍ମ ମାମଲାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି। ସୂଚନା ମିଳିଛି ଯେ ଗଣଦୁଷ୍କର୍ମ ପୀଡ଼ିତାକୁ ରାଜସ୍ଥାନ ପୋଲିସରେ କନଷ୍ଟେବଲ୍ ପଦରେ ଚାକିରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ କନଷ୍ଟେବଲ୍ ହେବା ପାଇଁ ମଞ୍ଜୁରୀ ମିଳିବ। ନିଯୁକ୍ତି ଆଦେଶ ଆଜି ବିଳମ୍ବିତ ରାତି ମଧ୍ୟରେ ଆସିବ।

{"id":113456,"width":595,"height":446}

ରାଜସ୍ଥାନ ସରକାର ଏବେ ଏହି ମାମଲାକୁ ନେଇ ବୁଝି ବିଚାରି ପଦକ୍ଷେପ ନେଉଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାରେ ଜୁଟିଯାଇଛି। ସେଥିପାଇଁ ପୀଡ଼ିତାଙ୍କୁ ସରକାରୀ ଚାକିରୀ ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛି। ଏବେ ସରକାରୀ ସ୍ତରରେ ବଡ଼ ଘୋଷଣା ହେବ। କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତ ପରେ ରାଜ୍ୟ ସରକାର ପୀଡ଼ିତାଙ୍କୁ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ କନଷ୍ଟେବଲ୍ ପଦ ପାଇଁ ଅଫର କରାଯାଇଛି।

{"id":113457,"width":594,"height":272}

ଏହି ମାମଲାକୁ ନେଇ ରାଜସ୍ଥାନରେ ଭୟଙ୍କର ହଇଚଇ ସୃଷ୍ଟି ହୋଇଛି। ବିରୋଧୀ ଦଳ ଧାରଣା କରିଛନ୍ତି। ଏହି ମାମଲାକୁ ଦେଖି ଗତ ଗୁରୁବାର ରାହୁଲ ଗାନ୍ଧୀ ଅଲଓ୍ବରର ଥାନାଗାଜୀ ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ। ରାହୁଲ ପୀଡ଼ିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା କଥା କହିଥିଲେ।    

{"id":113458,"width":594,"height":446}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.