Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସ୍ୱାମୀକୁ ବନ୍ଧକ ରଖି ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡ

6/10/2020 at 1:39 PM

ଅଲବର ୦୬/୧୦ : ରାଜସ୍ଥାନ ଅଲବରରେ ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ କୋର୍ଟ ଶୁଣାଣି କରିଛନ୍ତି। ଗଣଦୁଷ୍କର୍ମ ମାମଲାରେ କୋର୍ଟ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏସସି-ଏସଟି କୋର୍ଟ ବିଚାରପତି ବ୍ରିଜେଶ କୁମାର ମାମଲାର ଶୁଣାଣି କରିଛନ୍ତି।  କୋର୍ଟ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀ ହଂସରାଜକୁ ଅନ୍ତିମ ନିଶ୍ୱାସ ଯାଏଁ ଜେଲରେ ରହିବାକୁ ସଜା ଶୁଣାଇଛନ୍ତି କୋର୍ଟ। ମୁକେଶ ନାମକ ଦୋଷୀକୁ ୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। କୋର୍ଟଙ୍କ ଶୁଣାଣିକୁ ଦେଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। କୋର୍ଟ ଆଖପାଖ ଅଞ୍ଚଳରେ ଲୋକଙ୍କ ଭିଡ ଲାଗି ରହିଥିଲା।

ସାରା ଦେଶକୁ ଦୋହଲାଇ ଦେଇଥିବା ଏହି ଦୁଷ୍କର୍ମ ମାମଲା ୨୦୧୯ ମସିହା ମେ ୨ ତାରିଖରେ ରାଜସ୍ଥାନ ଅଲବରର ଥାନାଗାଜି ଥାନାରେ ରୁଜ୍ଜୁ କରାଯାଇଥିଲା। ଘଟଣାକ୍ରମ ଅନୁସାରେ ଅଭିଯୁକ୍ତମାନେ ରାସ୍ତାରେ ଯାଉଥିବା ଜଣେ ଦଳିତ ଦମ୍ପତ୍ତିଙ୍କୁ ବନ୍ଧକ କରିଥିଲେ। ଏହାପରେ ୫ ଅଭିଯୁକ୍ତ ଦଳିତ ମହିଳାଙ୍କ ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇ ତାଙ୍କ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ପରେ ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଥାନାଗାଜୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବ ପରେ ୨୦୧୯ ମେ ୧୮ ତାରିଖରେ ଅଭିଯୁକ୍ତ ଅଶୋକ, ଇନ୍ଦ୍ରାଜ, ମହେଶ, ହଂସରାଜ ଓ ଛୋଟେଲାଲ ବିରୋଧରେ ଗଣଦୁଷ୍କର୍ମ , ଡକାୟତି, ଧମକ, ଅବୈଧ ଅସୁଲ ଓ ଏସସି-ଏସଟି ଆକ୍ଟରେ କୋର୍ଟରେ ଚାର୍ଜସିଟ ପେଶ କରିଥିଲା। ମୁକେଶ କୁମାର ବିରୋଧରେ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଦୋଷ ପ୍ରମାଣିତ କରି କୋର୍ଟରେ ଚାଲାଣ ପେଶ କରିଥିଲା।

ପୋଲିସ ତରଫରୁ ୩ ଅଭିଯୁକ୍ତ ଛୋଟେଲାଲ, ଅଶୋକ ଓ ଇନ୍ଦ୍ରାଜ ବିରୋଧରେ ୧୪୭, ୧୪୯, ୩୨୩, ୩୪୧, ୩୫୪ (ଖ), ୩୭୬(ଡି), ୫୦୬, ୩୪୨, ୩୮୬, ୩୯୫, ୩୨୭, ୩୬୫ ଧାରାରେ ଏସସି-ଏସଟି ଆକ୍ଟରେ ବିଭିନ୍ନ ଧାରା ଛଡା ଆଇଟି ଆକ୍ଟ ୬୭, ୬୭(ଏ)ର ସବୁ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ପେଶ କରାଯାଇଥିଲା।

   Related Posts