ଗଣଦୁଷ୍କର୍ମ ପୀଡିତା ହେବେ ପୋଲିସ କନେଷ୍ଟବଳ

Published By : Prameya-News7 Bureau | May 19, 2019 IST

ଅଲବର ୧୯/୫ : ଅଲବର ଗଣଦୁଷ୍କର୍ମ ପୀଡିତା ରାଜସ୍ଥାନ ପୋଲିସର ସିପାହୀ ହେବେ । ଗଣଦୁଷ୍କର୍ମ ପୀଡିତା ସରକାରୀ ଚାକିରୀ ଦାବି କରିଥିଲେ । ପୀଡିତାଙ୍କ ଇଛା ଅନୁଯାୟୀ ସରକାର ତାଙ୍କ ଶିକ୍ଷା ବ୍ୟବସ୍ଥା କରିଥିଲେ । ପୀଡିତା କେଉଁଠାରେ ନିଯୁକ୍ତି ହେବେ ସେନେଇ ପୀଡିତା ସରକାରଙ୍କୁ ପଚାରିଥିଲେ । ଜୟପୁରରେ ନିଯୁକ୍ତି ପାଇବା ପାଇଁ ପୀଡିତା ଦାବି କରିଥିଲେ । ପୀଡିତା ଏବଂ ତାଙ୍କ ପରିବାରର ଅନୁମତି ପାଇଁ ରାଜସ୍ଥାନ ସରକାର ମହିଳା କନେଷ୍ଟବଳଙ୍କ ଏକ ଟିମ୍ ତାଙ୍କ ଘରକୁ ପଠାଇଥିଲେ । ପୀଡିତା କନେଷ୍ଟବଳ ଚାକିରୀ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ପୀଡିତାଙ୍କ ସହମତି ପରେ ଶନିବାର ଦିନ ଛୁଟି ସତ୍ୱେ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା ଏବଂ ସବୁ କାର୍ଯ୍ୟ ପୁରା କରାଯାଇଥିଲା । 

ଏହାପୂର୍ବରୁ ପୀଡିତା କହିଥିଲେ ଯେ, ଯଦି ତାଙ୍କୁ ନ୍ୟାୟ ନମିଳେ ତାହେଲେ ସେ ଆତ୍ମହତ୍ୟା କରିଦେବେ । ଏଫ୍ଆଇଆର୍ ଯେ ପୀଡିତାଙ୍କ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ହୋଇଥିବା ସେ କହିଥିଲେ । ତାଙ୍କ ଭାଇରାଲ ଭିଡିଓ ଓ ଫଟୋ ସେ ଏକ ୟୁଟ୍ୟୁବ ଚାନେଲରେ ଦେଖିଥିଲେ । ସରକାର ପ୍ରଥମଥର ପାଇଁ କୌଣସି ୟୁଟ୍ୟୁବ ଚାନେଲ ଭିଡିଓ ଭାଇରାଲ କରିବାକୁ ନେଇ ମାମଲା ରୁଜ୍ଜୁ କରିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡିତାଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ଯାତ୍ରା ପରେ ଅଶୋକ ଗେହଲତ୍ ୧୬ ଦିନରେ ଅଭିଯୁକ୍ତଙ୍କ ବିରୋଧରେ ଚାଲାଣ ପେଶ କରିଥିଲେ ଏବଂ ସରକାର ଏହି ମାମଲାରେ ପଛଘୁଞ୍ଚା ଦେବା ନାହିଁ ବୋଲି ବିଶ୍ୱାସ ଦେଇଥିଲେ । ଏହାଛଡା ଅଭିଯୁକ୍ତଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି କହିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ରାହୁଲ ଗାନ୍ଧୀ ଅପିଲ୍ କରିଥିଲେ ଯେ, ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବା ବ୍ୟବସ୍ଥା କରାଯାଉ ।

ସୂଚନାଯୋଗ୍ୟ ଯେ, ଅଲବର ଗଣଦୁଷ୍କର୍ମ ମାମଲାରେ ବିରୋଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ । ଅଭିଯୁକ୍ତଙ୍କୁ ପୋଲିସ ବହୁତ ଦିନ ପରେ ଗିରଫ କରିଥିଲା ସେଥିପାଇଁ ବିରୋଧୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ଅଲବରରେ ଏପ୍ରିଲ ୨୬ ତାରିଖରେ ଜଣେ ୧୯ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରାଯାଇଥିଲା । ରାସ୍ତାରେ ବାଇକରେ ଯାଉଥିବାବେଳେ କିଛି ଲୋକ ଏହି ଦଳିତ ଦମ୍ପତ୍ତିଙ୍କୁ ଅଟକାଇଥିଲେ ଏବଂ ତାଙ୍କୁ ମାଡ ମାରିଥିଲେ । ସ୍ୱାମୀ ସମ୍ମୁଖରେ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମହିଳାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା । ଘଟଣା ପରେ ରାଜସ୍ଥାନ ପୋଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.